ଅନୁଗୋଳ (ବିରଜା ପ୍ରସାଦ ଦାଶ): ଲୁଟ୍ପାଟ କରିବାକୁ ଆସିଥିଲେ। ହେଲେ ସଫଳ ନହେବାରୁ ବୋଲେରୋ ଉପରକୁ ପଥର ମାଡ଼ କଲେ ଦୁର୍ବୃତ୍ତ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁ ନିକଟରେ। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଭାଗୀରଥି ମହାରଣା। ତାଙ୍କ ଘର ତାଳଚେର ସ୍ଥିତ ସୁନାଖଣି ଗାଁରେ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ଭାଗୀରଥି ତାଙ୍କ ଶ୍ୱଶୁର ଘର ନୂଆଗାଁ ଅଞ୍ଚଳରୁ ସ୍ତ୍ରୀ ସରୋଜିନୀଙ୍କୁ ଧରି ଏକ ବୋଲେରୋରେ ତାଙ୍କ ଗାଁକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଲୁଟ୍ପାଟ୍ ଉଦ୍ଦେଶ୍ୟରେ ମୋଟର ସାଇକେଲରେ ସେମାନଙ୍କ ଗାଡ଼ିକୁ ପିଛା କରିଥିଲେ। ହେଲେ ସେମାନେ ଲୁଟ୍ କରିବାରେ ସଫଳ ନହେବା ପରେ ବୋଲେରୋ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ବୋଲେରୋ ଚଲାଉଥିବା ଭାଗୀରଥିଙ୍କ ଆଖିରେ ପଥର ବାଜି ଆଘାତ ହୋଇଥିଲା। ଏହାପରେ ଭାରସାମ୍ୟ ହରାଇ ତାଙ୍କ ଗାଡ଼ି ରାସ୍ତା ତଳକୁ ଖସି ପଡ଼ିଥିଲା। ହେଲେ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏନେଇ ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଭାଗୀରଥିଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଏଥିସହ ତାଙ୍କ ଗାଡ଼ିକୁ ପୁଲିସ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ କିଛିଦିନ ହେବ ଛେଣ୍ଡିପଦା ଅଞ୍ଚଳରେ ଲୁଟ୍ପାଟ୍ ବଢ଼ିଥିବା ଅଭିଯୋଗ ହେଉଛି।
The post ବୋଲେରୋକୁ ଗୋଡ଼ାଇଲେ, ପଥର ମାରିଲେ appeared first on Odisha Reporter.
from Odisha Reporter https://ift.tt/3eWqBbD
No comments:
Post a Comment