‘ମୋ ନାଁରେ ହେଉଛି ମିଛ ପ୍ରଚାର, ପଛରେ ଅଛି ଏକ ଗ୍ୟାଙ୍ଗ୍’‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 25, 2020

‘ମୋ ନାଁରେ ହେଉଛି ମିଛ ପ୍ରଚାର, ପଛରେ ଅଛି ଏକ ଗ୍ୟାଙ୍ଗ୍’‌

ମୁମ୍ବାଇ: ‘ଦିଲ୍‌ ସେ’, ‘ତାଲ୍’, ‘ପୁକାର’, ‘ଲଗାନ୍’, ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’, ‘ସାଥିୟା’, ‘ସ୍ୱଦେଶ’, ‘ରଙ୍ଗ୍ ଦେ ବସନ୍ତୀ’, ‘ଗୁରୁ’, ‘ଯୋଦ୍ଧା ଆକବର’ ଓ ‘ରକ୍‌ଷ୍ଟାର’ ଭଳି ହିନ୍ଦୀ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର ରହମାନ। ଏହା ସତ୍ତ୍ୱେ କୁହାଯାଏ ଯେ ବଲିଉଡ୍ ଅପେକ୍ଷା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ତାଙ୍କର ସଂପର୍କ ଅଧିକ ଭଲ। ହିନ୍ଦୀ ଫିଲ୍ମ ଅପେକ୍ଷା ସେ ଅଧିକ ସଂଖ୍ୟକ ତାମିଲ ଫିଲ୍ମ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ସେ କିଛି ତେଲୁଗୁ ଫିଲ୍ମରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ନିକଟରେ ଏକ ରେଡିଓ କାର୍ଯ୍ୟକ୍ରମରେ ତାଙ୍କୁ ଏନେଇ ଏକ ପ୍ରଶ୍ନ କରାଯାଇଥିଲା। ଉପସ୍ଥାପକ ଏ. ଆର ରହମାନଙ୍କୁ ପଚାରିଥିଲେ ଯେ ସେ କହିଁକି ଅଧିକରୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରୁ ନାହାନ୍ତି। ଏହାର ଜବାବରେ ଏ.ଆର. ରହମାନ କହିଥିଲେ, ‘ମୁଁ କେବେ ଭଲ ଫିଲ୍ମଗୁଡ଼ିକୁ ମନା କରେ ନାହିଁ। କିନ୍ତୁ ମୁଁ ଭାବୁଛି ଏକ ଗୋଷ୍ଠୀ ମୋ ନାଁରେ ମିଛ କଥା ପ୍ରଚାର କରୁଛନ୍ତି। ଭୁଲ ବୁଝାମଣା ଯୋଗୁ ସେମାନେ ଏଭଳି କରୁଛନ୍ତି।’

ଏ କଥା କହିବା ବେଳେ ସେ ନିକଟରେ ଘଟିଥିବା ଏକ ଘଟଣାର ଉଦାହରଣ ଦେଇଥିଲେ। ଏ.ଆର୍. ରହମାନ କହିଥିଲେ, ‘ମୁକେଶ ଛାବ୍ରା ମୋ ପାଖକୁ ଆସିଥିଲେ। ମୁଁ ତାଙ୍କୁ ଦୁଇ ଦିନରେ ଚାରୋଟି ଗୀତ ଦେଇଥିଲି। ଏହା ପରେ ସେ କହିଥିଲେ ଯେ ଅନେକ ଲୋକ ତାଙ୍କୁ ମୋ ପାଖକୁ ଆସିବାକୁ ମନା କରିଥିଲେ। ଏଥିପାଇଁ ସେମାନେ ତାଙ୍କୁ ଅନେକ ଗପ ଶୁଣାଇଥିଲେ। ତାଙ୍କ ଠାରୁ ସେହିସବୁ କଥାଗୁଡ଼ିକ ଶୁଣିବା ପରେ ମୁଁ ବୁଝିପାରିଲି ଯେ କାହିଁକି ମୁଁ କମ୍ ହିନ୍ଦୀ ଫିଲ୍ମ କରୁଛି ଓ କାହିଁକି ଭଲ ଫିଲ୍ମଗୁଡ଼ିକ ମୋ ପାଖକୁ ଆସୁନାହିଁ।”

ରହମାନ ଆହୁରି କହିଥିଲେ, ‘ଅନେକ ଲୋକ ମୋ ସହିତ କାମ କରିବା ପାଇଁ ଆଗ୍ରହୀ। କିନ୍ତୁ ସେହି ଗୋଷ୍ଠୀ ସେମାନଙ୍କୁ ବାଧା ଦେଉଛି। ଭଲ କଥା। କାରଣ ମୁଁ ସବୁବେଳେ ଭାଗ୍ୟ ଉପରେ ବିଶ୍ୱାସ କରେ। ମୁଁ ମନେ କରେ ସବୁ କିଛି ଭଗବାନଙ୍କ ପାଖରୁ ହିଁ ଆସିଥାଏ। ମୁଁ ସମସ୍ତଙ୍କୁ ସ୍ୱାଗତ କରେ। ଭଲ ଫିଲ୍ମ ବନାଇଲେ ମୁଁ ନିଶ୍ଚିତ ସେଥିରେ କାମ କରିବି।”

The post ‘ମୋ ନାଁରେ ହେଉଛି ମିଛ ପ୍ରଚାର, ପଛରେ ଅଛି ଏକ ଗ୍ୟାଙ୍ଗ୍’‌ appeared first on Odisha Reporter.



from Odisha Reporter https://ift.tt/2BuKVTS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages