ମୁମ୍ବାଇ: ଏକତା କପୁରଙ୍କ ଧାରାବାହିକ ‘କସୌଟୀ ଜିନ୍ଦେଗୀ କେ ୨’ରେ ଅନୁରାଗ ବାସୁ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ପାର୍ଥ ସମଥାନ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଯେତେବେଳେ ଏହିକଥା ଜଣାପଡ଼ିଲା ସେତେବେଳେ ସେ ଶୁଟିଂ କରୁଥିଲେ। ଏହା ପରେ ସଙ୍ଗେ ସଙ୍ଗେ ଶୁଟିଂ ବନ୍ଦ କରି ଦିଆଯାଇଥିଲା। ସେତେବେଳେ ସେଟ୍ରେ ପାର୍ଥଙ୍କ ସହିତ ପ୍ରାୟ ୩୦ ଜଣ ଲୋକ ଉପସ୍ଥିତ ଥିଲେ। ତେଣୁ ସେ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି। ବାଲାଜୀ ଟେଲିଫିଲ୍ମସ୍ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।
View this post on Instagram
ପାର୍ଥ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଖବରକୁ ଶେଆର କରିଥିଲେ। ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିନେବା ପାଇଁ ସେ ଅନୁରୋଧ କରିଛନ୍ତି। ତା’ସହିତ ସେ ଲେଖିଛନ୍ତି ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଛି। ସେ ଡାକ୍ତରଙ୍କ ଗାଇଡ୍ଲାଇନ୍ସ ଅନୁସାରେ ସେଲ୍ଫ କ୍ୱାରେଣ୍ଟାଇନ୍ରେ ଅଛନ୍ତି।
‘କସୌଟୀ ଜିନ୍ଦେଗୀ କେ ୨’ ପୂର୍ବରୁ ଧାରାବାହିକ ‘ମେରେ ସାଇ’, ‘ଏକ୍ ମହାନାୟକ୍ ବି.ଆର୍ ଆମ୍ବେଦକର’, ‘ସହ ପରିବାର ସହ କୁଟୁମ୍ବ’ ଓ ‘ଭାବୀଜୀ ଘର ପର ହେ’ ସେଟ୍ରେ ଶୁଟିଂ ବେଳେ ପହଞ୍ଚିଥିଲା କରୋନା। ଅବଶ୍ୟ ଏଗୁଡ଼ିକରେ ଅଧିକାଂଶ କ୍ରୁ ମେମ୍ବର ସଂକ୍ରମିତ ହୋଇଥିଲେ। ଏଥିରେ ବଡ଼ କଳାକାର ଭାବେ କେବଳ ଜଗନ୍ନାଥ ନିବାଂଗୁଣେ ଓ ପାର୍ଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
The post ଏହି ଅଭିନେତାଙ୍କୁ କରୋନା, ଶୁଟିଂ ଚାଲିଥିବା ବେଳେ ଆସିଲା ଖବର appeared first on Odisha Reporter.
from Odisha Reporter https://ift.tt/3epXwFn
No comments:
Post a Comment