ଆଉ ଅଣଦେଖା ହେବନି ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତଦେହ ; ଜାରି ହେଲା ନିର୍ଦ୍ଦେଶନାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ଆଉ ଅଣଦେଖା ହେବନି ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତଦେହ ; ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଲେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ। ସାହି ପଡ଼ିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି ଶବ। ଏପରିକି କରୋନା ଯୁଦ୍ଧରେ ସାମିଲ ହୋଇ ପ୍ରାଣ ହରାଉଥିବା ଆଗ ଧାଡ଼ିର ଯୋଦ୍ଧା ମଧ୍ୟ ଏପରି ଘୃଣ୍ୟ ଭାବର ଶିକାର ହେଉଛନ୍ତି।

ରାଜ୍ୟରେ ସନ୍ଦିଗ୍ଧ କୋରନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାରରେ ବିଳମ୍ବ ହେଉଥିବାରୁ ମୃତଦେହକୁ ସମ୍ମାନ ଦେବା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ମେଡିକାଲ କଲେଜ୍ ସୁପରିଣ୍ଟେଣ୍ଡେଣ୍ଟ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।

ସ୍ୱାବ୍ ସଂଗ୍ରହ ଓ ପରୀକ୍ଷା ପୂର୍ବରୁ କୋଭିଡ୍ ଲକ୍ଷଣ ବ୍ୟକ୍ତି ଥିବା କିମ୍ବା କ୍ୱାରେଣ୍ଟାଇନ୍‌ରେ ଥିବା ଅବସ୍ଥାରେ ମୃତ୍ୟୁ ହେଲେ ଏହି ନିର୍ଦ୍ଦେଶନାମା ଲାଗୁ କରାଯିବ। ଫଳରେ ମୃତ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କିମ୍ବା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାନଯାଇ ପରିବାର ସହ ପରାମର୍ଶ ପରେ କୋଭିଡ୍ ନିୟମ ଅନୁସାରେ ମୃତଦେହ ସଂସ୍କାର କରାଯିବ ।

ରାଜ୍ୟରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ବହୁ ସ୍ଥାନରେ ମୃତଦେହ ପ୍ରତି ଅମାନବୀୟ ଆଚରଣ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଏପରି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ଏବଂ ପରିବାର ଲୋକେ ଅକଥନୀୟ ମାନସିକ ଯନ୍ତ୍ରଣାର ଶିକାର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି।

The post ଆଉ ଅଣଦେଖା ହେବନି ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତଦେହ ; ଜାରି ହେଲା ନିର୍ଦ୍ଦେଶନାମା appeared first on Odisha Reporter.



from Odisha Reporter https://ift.tt/39yWd69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages