ଏଣେତେଣେ ପଡ଼ୁଛି ପିପିଇ କିଟ୍, ଲୋକେ ଛାନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ଏଣେତେଣେ ପଡ଼ୁଛି ପିପିଇ କିଟ୍, ଲୋକେ ଛାନିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରି ମହାମାରୀ ସହ ଚାଲିଥିବା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ମୁଖ୍ୟ ଅସ୍ତ୍ର ହେଉଛି ପିପିଇ କିଟ୍ ଓ ମାସ୍କ । କୋଭିଡ ହସ୍ପିଟାଲରୁ ବାହାରୁଥିବା ଏପରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଛି ସ୍ୱତନ୍ତ୍ର ଗାଇଡଲାଇନ । ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ ଅନୁସାରେ ଏହାକୁ ଡିସପୋଜ କରିବା କଥା । କିନ୍ତୁ ବହୁ ସ୍ଥାନରେ ଏହାକୁ ବାହାରେ ସର୍ବସାଧାରଣ ସ୍ଥାନରେ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି।  ଯାହାକି ସଂକ୍ରମଣକୁ ବଢ଼ାଇବା ଆଶଙ୍କାକୁ ବହୁ ମାତ୍ରାରେ ବଢ଼ାଇ ଦେଉଛି।

ଯଦି ଏସବୁ ସଠିକ୍  ଡିସପୋଜ କରା ନ ଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଏଡ଼ାଇବା କଷ୍ଟକର ବ୍ୟାପାର ହୋଇପଡ଼ିବ।  ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଗତକାଲି ଗଜପତିର ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ କୂଳ ସହ ମୁଖ୍ୟ ରାସ୍ତା କଡ ଓ ଶ୍ମଶାନ ନିକଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏସବୁକୁ ନଷ୍ଟ କରାଯାଇଥିଲା । ସେହିପରି ନବରଙ୍ଗପୁର ସହରରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରରୁ ରିଜର୍ଭ ବାଟାଲିଅନ୍‌କୁ ଯାଉଥିବା ରାସ୍ତାକଡ଼ର ଏକ ପୋଲ ନିକଟରେ ପଡି ରହିଥିଲା କିଟ୍ । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। 

The post ଏଣେତେଣେ ପଡ଼ୁଛି ପିପିଇ କିଟ୍, ଲୋକେ ଛାନିଆ appeared first on Odisha Reporter.



from Odisha Reporter https://ift.tt/3hM1hqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages