ଆସିକା (ମନୋଜ ମୁନି): ହଜି ପାଇଯାଉଛି ମଣିଷ ପଣିଆ। ମରିଯାଉଛି ମାନବିକତା। ମୃତ୍ୟୁ ପରେ ବି ଶବକୁ ମିଳୁନି ସମ୍ମାନ। ମୋଟର ସାଇକେଲରେ ବୁହା ହେଉଛି ମୃତଦେହ। ଡାକ୍ତରଖାନାରେ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକେ ମୋଟର ସାଇକେଲରେ ଏକ ୯ ମାସ ଶିଶୁର ମୃତଦେହକୁ ଗାଁକୁ ଆଣି ସତ୍କାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ।
ମିଳିଥିବା ସୂଚନା ଅନୁସାରେ, ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ଗାଁର ସନ୍ତୋଷ କୁମାର ଗୌଡଙ୍କ ନଅ ମାସର ପୁଅର ଦେହ ଖରାପ ହେଵାରୁ ପ୍ରଥମେ ତାକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ଶିଶୁକୁ ପରିବାର ଲୋକେ ଶନିବାର ବ୍ରହ୍ମପୁର ମେଡିକାଲ ନେଉଥିଲେ। ହେଲେ ବାଟରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପିଲାକୁ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କଲେ।
ଏହାପରେ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ଡାକ୍ତରଖାନାରେ ସେହି ସମୟରେ କୌଣିସି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ନଥିବା କର୍ତ୍ତୃପକ୍ଷ କହିଥିଲେ। ପରେ ପରିବାର ଲୋକେ ଵେସରକାରୀ ଶବ ବୁହା ଗାଡ଼ିରେ ମୃତଦେହ ନେବାକୁ ଚିନ୍ତା କରିଥିଲେ। ହେଲେ ଵେସରକାରୀ ଶବ ବୁହା ଗାଡ଼ିରେ ମୃତଦେହ ନେଲେ ଦଶ ହଜାର ଟଙ୍କା ପଡ଼ିବ ବୋଲି ବୁଝିଥିଲେ। ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନ ଥିବାରୁ ମୃତଦେହଟିକୁ ବାଇକ୍ରେ ଗାଁକୁ ଆଣି ଶବ ସତ୍କାର କରିଥିଲେ।
The post ମିଳିଲାନ୍ସ ମହାପ୍ରୟାଣ ଗାଡ଼ି: ବାଇକ୍ରେ ବୁହାଗଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3aa3SrW
No comments:
Post a Comment