ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଲ: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜ୍‌ମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ ବଞ୍ଚାଇ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜୁଲାଇ ୨୫ ତାରିଖରେ ଶିବରାଜ ସିଂହ ଚୌହାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୫ ତାରିଖରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ହସ୍‌ପିଟାଲ୍‌ରୁ ବାହାରିବା ପରେ ସେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ସେ ଡାକ୍ତରଖାନାରେ ଥିବା ବେଳେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର କରୋନା ସ୍ଥିତି ନେଇ ତାଙ୍କ ମନ୍ତ୍ରୀ ଓ ଅଫିସରଙ୍କ ସହ ବୈଠକ କରୁଥିଲେ ଏବଂ ପୂରା ସ୍ଥିତି ଉପରେ ନଜର ରଖୁଥିଲେ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବା ସହିତ ଚିକିତ୍ସା ସେବା ଯୋଗାଇ ଦିଆଗଲେ, ସେମାନଙ୍କୁ ବଞ୍ଚାଇ ହେବ। ସେଥିପାଇଁ ମଧ୍ୟ ପ୍ରଦେଶରେ ନମୂନା ପରୀକ୍ଷା ବଢ଼ାଯିବ। ପ୍ରତିଦିନ ୨୦ ହଜାର ଟେଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

The post ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3abgsXN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages