ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ ହୋଇଛି। ଲୋଧି ରୋଡ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟି ହେଉଛି। କରୋନା ସଂକ୍ରମଣକୁ ନଜରରେ ରଖି ସାମାଜିକ ଦୂରତା ସହିତ ପିପିଇ କିଟ୍ ପିନ୍ଧି ପ୍ରଣବଙ୍ଗ ଅନ୍ତ୍ୟେଷ୍ଟି କାର୍ଯ୍ୟ ହେଉଛି। ଏହା ପୂର୍ବରୁ 10 ରାଜାଜି ମାର୍ଗରେ ତାଙ୍କ ପ୍ରାର୍ଥୀବ ଶରୀରକୁ ରଖାଯାଇଥିଲା। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।
ଗତକାଲି ତାଙ୍କର ବିୟୋଗ ହୋଇଥିଲା। ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିଲେ ପ୍ରଣବ ମୁଖାର୍ଜୀ। ଏଥିସହିତ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା।
ପ୍ରଣବ ମୁଖାର୍ଜୀଙ୍କ ଶେଷ ଦର୍ଶନ LIVE
ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ବହୁ ବିଶିଷ୍ଟ ବ୍ୟକ୍ତି, ନେତା, ସହଯୋଗୀ ଏବଂ ଆତ୍ମୀୟସ୍ୱଜନ ଶେଷ ଦର୍ଶନ କରୁଛନ୍ତି। ଭିଡିଓ ସୌଜନ୍ୟ: ଡିଡି ନ୍ୟୁଜ୍
Odisha Reporter यांनी वर पोस्ट केले मंगळवार, १ सप्टेंबर, २०२०
The post ପ୍ରଣବ ମୁଖାର୍ଜୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3gMaIFP
No comments:
Post a Comment