ପିଜୁଳି ଖାଇବାକୁ କହି ଘରୁ ଯାଇଥିଲେ ୩ ସାଙ୍ଗ, ଆଉ ଫେରିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ପିଜୁଳି ଖାଇବାକୁ କହି ଘରୁ ଯାଇଥିଲେ ୩ ସାଙ୍ଗ, ଆଉ ଫେରିଲେନି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦେବଗଞ୍ଜର ଗାଁରେ ଆଜି ଏକ ଅଘଟଣ ଘଟିଛି।  ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮  ଲେଖାଏ ହୋଇଥିବା ବେଳେଜଣଙ୍କ ବୟସ ୯ ବର୍ଷ।

ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ  କହି ଘରୁ ୩ ସାଙ୍ଗ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ନ ପାଇବାରୁ  ନନ୍ଦପୁର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ଆଜି ଘରଠାରୁ ୧ କିମି ଦୂର ଏକ ପୋଖରୀରେ ଚପଲ ଭାସୁଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ  ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

The post ପିଜୁଳି ଖାଇବାକୁ କହି ଘରୁ ଯାଇଥିଲେ ୩ ସାଙ୍ଗ, ଆଉ ଫେରିଲେନି appeared first on Odisha Reporter.



from Odisha Reporter https://ift.tt/3bhLH3W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages