ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ରଖି ଢେଙ୍କାନାଳ ସହର ବୁଲିଲେ ସଂପର୍କୀୟ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲ୍ଲାର ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଇଛାପୁର ଗାଁର ଜଣେ ମହିଳାଙ୍କୁ ନେଇ ଗତକାଲି ଢେଙ୍କାନାଳ ହସ୍ପିଟାଲ ଆସିଥିଲେ ତାଙ୍କ ପୁଅ। ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କଟକ ଯିବା ପରିବର୍ତ୍ତେ ରୋଗୀଙ୍କୁ ମେଡିକାଲ ଷ୍ଟ୍ରେଚରରେ ଧରି ବଜାର ଭିତରକୁ ପଳାଇଲେ ତାଙ୍କ ପୁଅ। ପଚରାଯିବାରୁ ମା’ଙ୍କୁ ଭୂତ ଲାଗିଛି ଓ ତାଙ୍କୁ ନିକଟସ୍ଥ ବାବାଙ୍କ ପାଖରେ ଝଡ଼ାଫୁଙ୍କା କରିବାକୁ ନେଉଛନ୍ତି ବୋଲି କହିଥିଲେ।
ଖବର ପାଇ ଡାକ୍ତରଖାନା ସୁରକ୍ଷାକର୍ମୀମାନେ ପହଞ୍ଚିଥିଲେ ଓ ସେମାନଙ୍କୁ ଡାକ୍ତରଖାନାକୁ ଫେରାଇ ନେଇଥିଲେ। ପରେ ରୋଗୀଙ୍କୁ କଟକ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ଘଟଣା ସଂପର୍କରେ ଡ୍ୟୁଟିରେ ଥିବା ଡାକ୍ତର ସମ୍ବିତ ଦାଶ କହିଛନ୍ତି ଯେ ଗୁରୁତର ରୋଗୀ ଜଣଙ୍କୁ ଆମେ କଟକ ସ୍ଥାନାନ୍ତର କରିଥିଲୁ। କିନ୍ତୁ ତାଙ୍କ ସଂପର୍କୀୟ କ’ଣ ବୁଝିଲେ କେଜାଣି ତାଙ୍କୁ କେଉଁ ଆଡ଼େ ନେଇ ଚାଲିଗଲେ। ସେ କେମିତି ଷ୍ଟ୍ରେଚର ନେଇ ଗଲେ, ତାହା କହିପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି।
ଅନ୍ୟପକ୍ଷରେ ଡାକ୍ତରଖାନାରେ ଏତେ ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ଷ୍ଟ୍ରେଚର କେମିତି ବାହାରକୁ ଗଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ନେଇ ସହର ବୁଲିଲେ ସଂପର୍କୀୟ appeared first on Odisha Reporter.
from Odisha Reporter https://ift.tt/3iO6r6q
No comments:
Post a Comment