ପୁରୀ (ଓଡ଼ିଶା ରିପୋର୍ଟର): ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଭୋର ପ୍ରାୟ ୪ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।
ପ୍ରେମାନନ୍ଦ ଦାସମହାପାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୁରୀରେ ତାଙ୍କର ଏକ ହୋଟେଲ୍ ଥିବାର ବେଳେ ସେଠାରେ ଏକ ରୁମ୍ରେ ସେ ଆଇସୋଲେସନ୍ରେ ରହୁଥିଲେ ବୋଲି ଜଣାପଡ଼ିଛି।
ପ୍ରେମାନନ୍ଦ ଦାସମହାପାତ୍ର ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ। ସେହିପରି ସେ ପୂର୍ବରୁ ଦଇତାପତି ନିଯୋଗର ସମ୍ପାଦକ ଥିଲେ। ସେ ସୁଦୁସୁଆର ନିଯୋଗର ମଧ୍ୟ ସମ୍ପାଦକ ଥିଲେ।
The post ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/35T452r
No comments:
Post a Comment