ଆଜି ଖୋଲିବ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ଆଜି ଖୋଲିବ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ !

ମୁମ୍ୱାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଏକ ବଡ଼ ରହସ୍ୟ ଉପରୁ ପରଦା ହଟିବାକୁ ଯାଉଛି। ଏହି ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଏବେ କେବଳ ସୁଶାନ୍ତଙ୍କ ଏମସ୍‌ ରିପୋର୍ଟକୁ ଅପେକ୍ଷା ରହିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ସୋଶାଲ ମିଡିଆରେ ଘୂରି ବୁଲୁଥିବା ଓଲଟାସିଧା ତଥ୍ୟ ଉପରେ ବିରାମ ଲାଗିପାରିବ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଯାଞ୍ଚ କରିବା ପାଇଁ ଏମସ୍‌ର ଚାରି ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌କୁ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ମୁଖ୍ୟ ସୁଧୀର ଗୁପ୍ତା ଲିଡ୍‌ କରୁଥିଲେ। ସେ ତାଙ୍କ ଯାଞ୍ଚ ପୂରା କରିସାରିଛନ୍ତି ଏବଂ ଆଜି ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟକୁ ସାର୍ବଜନୀନ କରିବାକୁ ଯାଉଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାଶ ପ୍ରଶ୍ନ ଉଠିଥିଲା। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ମାମଲା ? ସୁଶାନ୍ତଙ୍କ ବେକରେ ଯେଉଁ ଦାଗ ରହିଛି, ତାହା କୌଣସି ସିଟ୍‌ ବେଲ୍ଟ୍‌ର ନା ରଶିର ଦାଗ ? ସୁଶାନ୍ତଙ୍କୁ ଡ୍ରଗ୍ସର ଓଭରଡୋଜ୍‌ ଦିଆଯାଇଥିଲା କି ? ସୁଶାନ୍ତଙ୍କ ଶରୀରରେ କୌଣସି କ୍ଷତର ଚିହ୍ନ ଥିଲା କି ?

ଜୁନ୍‌ ୧୪ ତାରିଖ ପରେ ଏସବୁକୁ ନେଇ ଅନେକଥର ପ୍ରଶ୍ନ ଉଠିଛି। କୁପର ହସ୍ପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ କରାଯାଇଥିଲେ ମଧ୍ୟ ସେହି ସମୟରେ ଏହି ସମସ୍ତ ଦିଗକୁ ଧ୍ୟାନ ଦିଆଯାଇନଥିଲା। ଏପରିକି ସୁଶାନ୍ତଙ୍କ ମେଡିକାଲ୍‌ ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଅଣନିଃଶ୍ୱାସୀ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ଆଧାର କରି ମୁମ୍ୱାଇ ପୁଲିସ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲା।

ହେଲେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହି ରିପୋର୍ଟକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଥିଲେ। ସୋଶାଲ ମିଡିଆରେ ମଧ୍ୟ ସୁଶାନ୍ତଙ୍କ ଫ୍ୟାନ୍ସ ଏହାକୁ ମିଛ ବୋଲି କହିଥିଲେ। ଏଥିପାଇଁ ସିବିଆଇ ଏମ୍‌ସର ସାହାଯ୍ୟ ମାଗିଥିଲା ଏବଂ ଡାକ୍ତର ସୁଧୀର ଗୁପ୍ତାଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଯାହାର ରିପୋର୍ଟ ଆଜି ରିଲିଜ୍‌ ହେବାକୁ ଯାଉଛି।

The post ଆଜି ଖୋଲିବ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ! appeared first on Odisha Reporter.



from Odisha Reporter https://ift.tt/2DqPAHo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages