ମଧ୍ୟାହ୍ନ ଭୋଜନ ଚାଉଲ ଆଣିବାକୁ ଯିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ମଧ୍ୟାହ୍ନ ଭୋଜନ ଚାଉଲ ଆଣିବାକୁ ଯିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

ବାରିପଦା(ମାଣିକ ଲାଲ ପାଣି ) :  ମଧ୍ୟାହ୍ନ ଭୋଜନ ଚାଉଲ ଆଣିବାକୁ ଯିବା ବେଳେ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଏନ୍ଏଚ୍-୪୯ର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଅଟୋକୁ ପଛ ପଟୁ ଧକ୍କାଦେଇ ଟ୍ରକ୍ ଓଲଟିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀର ଦୋପଟ୍ଟା ଗାଁରୁ ଶୁଳିଆପଦା  ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାଉଥିଲେ।  ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷ ମଧ୍ୟରେ ପିଲା ଥିଲେ। ସେମାନେ ନିଜ ଗାଁରୁ ପ୍ରାୟ ୨୦ କିଲୋମିଟର ଆସିବା ପରେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଟୋଟି ବାଙ୍ଗିରିପୋଷି ଘାଟିରେ ଓହ୍ଲାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ପଛ ପଟୁ ଅଟୋକୁ ପିଟି ବହୁ ବାଟ ଘୋଷାରି ନେଇଥିଲା। ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିବା ବେଳେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପିଲା ଓ ଜଣେ ପୁରୁଷ ଅଛନ୍ତି।

ଖବର ପାଇ ବାଙ୍ଗିରିପୋଷି ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ  ଅନ୍ୟ ଆହତମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାଯାଇଛି।

The post ମଧ୍ୟାହ୍ନ ଭୋଜନ ଚାଉଲ ଆଣିବାକୁ ଯିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ appeared first on Odisha Reporter.



from Odisha Reporter https://ift.tt/33yEVUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages