ଉମରକୋଟ(ଓଡ଼ିଶା ରିପୋର୍ଟର):ଖଟିଆରେ ବୋହି ଆସନ୍ନ ପ୍ରସବାଙ୍କୁ ନଦୀ ପାର୍ କରି ମେଡ଼ିକାଲ୍ ନେଲେ ପରିବାର ଲୋକେ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଗତ ବୁଧବାର ପାଟଖଲିଆ ପଞ୍ଚାୟତ ଗୋରଝରିଆ ଗାଁର ମହେଶ୍ୱର ସାନ୍ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସମ୍ପର୍କୀୟ। ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। ହେଲେ ଆମ୍ବୁଲାନ୍ସଟି ଗୋରଝରିଆ ଗାଁକୁ ଯାଇପାରିନଥିଲା। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଅଧା ବାଟରେ ଅଟକି ରହିଥିଲା।ପରିବାର ଲୋକେ ଆଶା କର୍ମୀଙ୍କ ସହାୟତାରେ ଏକ ଖଟିଆରେ ପ୍ରସବାଙ୍କୁ ନଦୀ ପାର୍ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରସବ ହୋଇଥିଲା। ଏହାପରେ ଉଭୟ ନବଜାତ ଏବଂ ପ୍ରସୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
The post ଅଧାରେ ଅଟକିଲା ଆମ୍ବୁଲାନ୍ସ; ପହଞ୍ଚିବା ପୂର୍ବରୁ ପ୍ରସବ କଲେ ମହିଳା appeared first on Odisha Reporter.
from Odisha Reporter https://ift.tt/2G3UHye
No comments:
Post a Comment