ଜଳେଶ୍ୱର(ଅଜିତ କୁମାର ଦାସ):ସାପ କାମୁଡା ବିଷ ଭଲ ହେବା ପାଇଁ ମେଡିକାଲ ପରିସରରେ ଚାଲିଛି ଝଡାଫୁଙ୍କା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ।
ସୂଚନା ଅନୁସାରେ, ୫ ରୁ ୬ ଦିନ ପୂର୍ବେ ଲହାଚଡ ଗାଁର ଜଣଙ୍କୁ ସାପ କାମୁଡିଥିଲା। ଚିକିତ୍ସା ପାଇଁ ତାଙ୍କୁ ବାଲିପାଳଆ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସେଠାରେ ଥିବା ଜଣେ ମେଡିକାଲ କର୍ମଚାରୀ ତାଙ୍କୁ ଝଡାଫୁଙ୍କା କରିବା ସହ ଅରଖକ୍ଷୀର ଲଗାଇଥିଲେ। ଏହାର ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ବାଲିପାଳଆ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
The post ସାପ କାମୁଡା ରୋଗୀଙ୍କୁ ମେଡିକାଲରେ ଝଡାଫୁଙ୍କା appeared first on Odisha Reporter.
from Odisha Reporter https://ift.tt/349WJ8D
No comments:
Post a Comment