ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଐତିହାସିକ କୃଷି ବିଲ୍ ୨୦୨୦ ପାରିତ ହୋଇଛି। ବିଲ୍ ପାରିତ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ବିରୋଧୀ ଦଳର ସାଂସଦ ଉପାଧ୍ୟକ୍ଷ ହରିଭାନ୍ ନାରାୟଣ ସିଂଙ୍କଙ୍କ ନିକଟକୁ ଆସିଥିଲେ। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ଉପାଧ୍ୟକ୍ଷଙ୍କ ନିକଟକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ।

କେବଳ ଏତିକି ନୁହେଁ, ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ମଧ୍ୟ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ପରେ ଆପ୍ ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟସଭାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ଏମିତିକି ରାଜ୍ୟସଭା ଟିଭିର ଅଡିଓ ମ୍ୟୁଟ୍ ହୋଇଥିବା ଦେଖିବାକୁ ମିିଳିଛି। ତେବେ ପରେ ବିଲ୍ ଗୁଡ଼ିକ ବାଚନିକ ଭୋଟ୍ ମଧ୍ୟରେ ପାରିତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟସଭାରେ ସରକାରଙ୍କ ତରଫରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷି ବିଲ୍ ଆଗତ କରିଥିଲେ। ସକାଳୁ ଏହା ଉପରେ ବିତର୍କ ହୋଇଥିଲା। ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ବିଲକୁ ବିରୋଧ କରିଥିଲେ। ପରେ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲେ। ଏଥିସହ ବିରୋଧର କାରଣ ମଧ୍ୟ ଦର୍ଶାଇଥିଲେ। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସୁରକ୍ଷା ଦାବି କରି ବିଜେଡି ଏହି ବିଲକୁ ବିରୋଧ କରିଥିଲା। ଏହାପରେ ବିରୋଧୀ ଦଳର ନେତାମାନେ ଉପାଧ୍ୟକ୍ଷଙ୍କ ଚେୟାର ନିକଟକୁ ଆସି ନାରାବାଜି କରିଥିଲେ। ଏହା ପରେ, ଡେରେକ ଓ’ବ୍ରାଇନ୍ ରୁଲ୍ ବୁକ ଚିରି ଦେଇଥିଲେ।

ରାଜ୍ୟସଭାରେ ବିରୋଧ ପରେ ଡେରେକ ଓବ୍ରିଏନ୍ ଟ୍ୱିଟ୍ କରି ଏକ ଭିଡିଓ କରି କହିଛନ୍ତି, ରାଜ୍ୟସଭାରେ ୧୩ ରୁ ୧୪ ଟି ଦଳ ଏହି ବିଲ୍ ବିରୋଧରେ ଅଛନ୍ତି। ଏହା ସତ୍ତ୍ୱେ ସରକାର ସିଲେକ୍ଟ କମିଟିକୁ ବିଲ୍ ପଠାଇ ନାହାନ୍ତି ଏବଂ ଭୋଟ୍ ମଧ୍ୟ କରି ନାହାନ୍ତି। ଏପରି କରିବା ଗଣତନ୍ତ୍ରକୁ ହତ୍ୟା ବୋଲି ସେ କହିଛନ୍ତି।

The post ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ appeared first on Odisha Reporter.



from Odisha Reporter https://ift.tt/33M4WPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages