ପୁଲିସ୍‌ ଉପରକୁ ଗୁଳି ଚଳାଇ ଗିରଫ ହେଲେ ୨ ପିଏଲଏଫଆଇ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ପୁଲିସ୍‌ ଉପରକୁ ଗୁଳି ଚଳାଇ ଗିରଫ ହେଲେ ୨ ପିଏଲଏଫଆଇ ସଦସ୍ୟ

ସୁନ୍ଦରଗଡ଼(ବିଜୟ ବରୁଆ): ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା କଦୋବାହାଲ ଗାଁରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌ ଓ ପିଏଲଏଫ୍ଆଇ ସଦସ୍ୟ। ଦୁଇ ପିଏଲଏଫଆଇ (People’s Lebaration Front Of India) ସଦସ୍ୟ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ । ପୁଲିସ୍‌ ପାଲଟା ଗୁଳି ଚଳାଇବା ସହ  ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌  ୭ଟି ପିସ୍ତଲ , ଦୁଇଟି ଗୁଳି ସମେତ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରିଛି ।

ପୂର୍ବ ସୂଚନା ଅନୁଯାୟୀ, ଗତକାଲି ରାତିରେ କଦୋବାହାଲ ଗାଁରେ ଚଢାଉ ବେଳେ ଦୁଇ ପିଏଲଏଫଆଇ ସଦସ୍ୟ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଗୁଳି ଚଳାଇବା ସହ ରାଜୁ କିଣ୍ଡୋ ଓ ସାନାମାନୁ ସାହ ନାମକ ଦୁଇ ପିଏଲଏଫ୍ଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଲକ୍ଷାଧୀକ ଟଙ୍କା ଜବତ କରିଛି।

ରାଜୁ କିଣ୍ଡା ନାମରେ ରାଇବାଗା ଥାନାରେ, ହତ୍ୟା , ଅପହରଣ, ଚାନ୍ଦା ଆଦାୟ ଓ ଡକାୟତି ଭଳି ୬ଟି ମାମଲା ରହିଥିବା ପୁଲିସ୍‌ ସୂଚନା ଦେଇଛି । ଦୀର୍ଘ ଦିନରୁ ଏହି ଦୁଇ ସଦସ୍ୟ  ପୁଲିସ୍‌କୁ ଚକମା ଦେଇ ଖସିଯାଉଥିଲେ । ତେବେ ସୁନ୍ଦରଗଡ଼ ପୁଲିସ୍‌ ସ୍ୱତନ୍ତ୍ର ସ୍କ୍ୱାର୍ଡ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

The post ପୁଲିସ୍‌ ଉପରକୁ ଗୁଳି ଚଳାଇ ଗିରଫ ହେଲେ ୨ ପିଏଲଏଫଆଇ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3cabRWO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages