କରୋନା ବିରୋଧି ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

କରୋନା ବିରୋଧି ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଆଜିଠୁ ଅକ୍ଟୋବର ୧ ତାରିଖ ଯାଏଁ ଗଞ୍ଜାମରେ କୋଭିଡ୍ ସଚେତନତା ସପ୍ତାହ ପାଳିତ ହେବ । ଏହି ସମୟରେ ଉଭୟ ଅନ୍‌ଲାଇନ୍‌  ଓ ଅଫଲାଇନ୍ କ୍ୟାମ୍ପେନ୍  ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।

ସ୍ୱେଚ୍ଛାସେବୀ ଏବଂ ଜନପ୍ରତିନିଧିମାନେ ଘରକୁ ଘର ବୁଲି କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବେ  । ଉପାନ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନାର ଭୟାବହତା ସମ୍ପର୍କରେ  ଲୋକଙ୍କୁ ସଚେତନ କରାଇବେ । ସେହିପରି ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ।  ଏନ୍‌ଜିଓ, କୋଭିଡ୍ ଶକ୍ତି ମହିଳାମାନେ ଲୋକଙ୍କୁ ସଚେତନ କରାଇବେ ।

ପିଲାଙ୍କ ମଧ୍ୟରେ ଅନଲାଇନ୍‌ରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ହେବ । ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

The post କରୋନା ବିରୋଧି ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍ appeared first on Odisha Reporter.



from Odisha Reporter https://ift.tt/3iYZkbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages