କଲ୍ୟାଣସିଂହପୁର(ମାଉଡି ବାରିକ): ବାରହା ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ଶିକାରୀ ଗୁଳି ମାଡରେ ଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡି ଗାଁରେ । ଅଭିଯୁକ୍ତମାନେ ଏହି ମାମଲାକୁ ରଫାଦଫା କରିଦେବାକୁ ଉଦ୍ୟମ ଚଳାଇଥିବା ବେଳେ ପୁଲିସ୍ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିବା ସହ ୧୮ ଜଣଙ୍କୁ ଅଟକ ରଖିଛି।
ସୂଚନା ଅନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଜଣେ ଯୁବକଙ୍କ ଶରୀରରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଖଗେଶ୍ୱର ଝଡ଼ିଆ ।
ତେବେ ଅଭିଯୁକ୍ତମାନେ ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ମୃତକଙ୍କ ପରିବାରବର୍ଗଙ୍କୁ କିଛି ଆର୍ଥିକ ସହାୟତା ଦେଇଥିଲେ। ଏହାପରେ ମୃତଦେହକୁ ସତ୍କାର କରାଯାଉଥିବା ବେଳେ ଖବର ପାଇ ପୁଲିସ୍ ପହଞ୍ଚି ଯାଇଥିଲା। ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ୍ । ଏହି ଘଟଣାରେ୧୮ ଜଣଙ୍କୁ ଅଟକ ରଖି ଅଣ୍ଡରାକଞ୍ଚ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।
The post ଶିକାରୀ ଗୁଳିରେ ଆଖି ବୁଜିଲେ ଯୁବକ appeared first on Odisha Reporter.
from Odisha Reporter https://ift.tt/2RVc0Eg
No comments:
Post a Comment