ଯାଜପୁର (ଗୁଲାମ ଗସ): ଏକ ଆଇରନ୍ ବୋଝେଇ ଟ୍ରକ୍କୁ ଧକ୍କା ଦେବା ପରେ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଯାଜପୁର ଜିଲ୍ଲାରେ।
ବାରବାଟୀ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏହି ଘଟଣା ଘଟିଛି। ଧର୍ମଶାଳା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା ଓ ଡାକ୍ତରଖାନା ପଠାଇଥିଲା। ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ଟ୍ରକ୍କୁ ଧକ୍କା ଦେଇ ଲୋକଙ୍କ ଉପରେ ମାଡ଼ିଗଲା appeared first on Odisha Reporter.
from Odisha Reporter https://ift.tt/3jOMUCT
No comments:
Post a Comment