ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଭିଜିଲାନ୍ସ ଜାଲରେ କୋଟିପତି ବାବୁ। ଗତକାଲି Director Of Factories and Boilers ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ ଟିମ ।
ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତି ମଧ୍ୟରେ ରହିଛି ଥ୍ରୀ BHK ଫ୍ଲାଟ, ଗୋଟିଏ ୩ ମହଲା କୋଠା, ୫ଟି ପ୍ଲଟ, ଗୋଟିଏ ଆଉଟ ହାଉସ, ଗୋଟିଏ ଆପାର୍ଟମେଣ୍ଟ, ଗୋଟିଏ କାର, ବାଇକ, ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କା, ଇନସୁରାନ୍ସ , ସୁନା ଅଳଙ୍କାର, କ୍ୟାସ୍ ଓ ଘରୋଇ ଉପକରଣ ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ରମେଶଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ଏହି ରେଡ୍ ଚାଲିଥିଲା। ରମେଶ ସପରିବାରେ ବହୁବାର ବିଦେଶ ଗସ୍ତ କରିଥିବା ନେଇ ମଧ୍ୟ ଭିଜିଲାନ୍ସକୁ ତଥ୍ୟ ହସ୍ତଗତ ହୋଇଛି।
The post ଭିଜିଲାନ୍ସ ଜାଲରେ କୋଟିପତି ବାବୁ appeared first on Odisha Reporter.
from Odisha Reporter https://ift.tt/3gT98ln
No comments:
Post a Comment