ବ୍ୟକ୍ତିଙ୍କୁ ଗୁଳି କରି ମାରିଦେଲେ ବିଜେପି ବିଧାୟକଙ୍କ ସହଯୋଗୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ବ୍ୟକ୍ତିଙ୍କୁ ଗୁଳି କରି ମାରିଦେଲେ ବିଜେପି ବିଧାୟକଙ୍କ ସହଯୋଗୀ!

ବଲିଆ: ଉତ୍ତର ପ୍ରଦେଶର ବଲିଆରେ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିଥିବା ବ୍ୟକ୍ତି ଜଣଙ୍କ ବିଜେପି ବିଧାୟକ ସୁରେନ୍ଦ୍ର ସିଂହଙ୍କ ଘନିଷ୍ଠ ସହଯୋଗୀ ଧୀରେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ବିବାଦ ତୀବ୍ର ହେବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଳିକାଣ୍ଡ ବେଳେ ଉପସ୍ଥିତ ଥିବା ସରକାରୀ ବାବୁମାନଙ୍କୁ ନଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁଳିକାଣ୍ଡ ପ୍ରାଣ ହରାଇଥିବା ୪୬ ବର୍ଷୀୟ ବ୍ୟକ୍ତ ଜଣଙ୍କ ହେଉଛନ୍ତି ଜୟପ୍ରକାଶ। ରାସନ ସାମଗ୍ରୀ ଦୋକାନ ବଣ୍ଟନ ପାଇଁ ହେବାକୁ ଥିବା ବୈଠକକୁ ସରକାରୀ ଅଧିକାରୀମାନେ ବାତିଲ କରିବାରୁ ଦୁର୍ଜନପୁର ଗାଁରେ ଏନେଇ ଆଲୋଚନା ହେଉଥିଲା। ଏହି ସମୟରେ ହିଁ ଧୀରେନ୍ଦ୍ର ଓ ଜୟପ୍ରକାଶଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ରାଗି ଯାଇ ଧୀରେନ୍ଦ୍ର ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ପରେ ଲୋକମାନେ ଭୟରେ ଏଣେତେଣ ଦୌଡ଼ି ଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ବିଜେପି ଏକ୍ସ ସର୍ଭିସମ୍ୟାନ ୟୁନିଟର ମୁଖ୍ୟ। ଏଭଳି ଘଟଣା କେଉଁଠି ବି ଘଟିପାରେ। ଏଭଳି ମୃତାହତ ସବୁଆଡ଼େ ଦେଖିବାକୁ ମିଳୁଛି। ଏହି ଘଟଣାରେ ଉଭୟ ପକ୍ଷରୁ ପଥର ମାଡ଼ କରାଯାଇଥିଲା।

ତେଣୁ ଆଇନ ଅନୁସାରେ ଯିଏ ଦୋଷ କରିଥିବ, ତା’କୁ ଦଣ୍ଡ ମିଳିବ। ପୁଲିସ୍‌ ପୀଡ଼ିତ ବକ୍ତିଙ୍କ ଭାଇଙ୍କ ଅଭିଯୋଗକ୍ରମେ ୧୫ରୁ ୨୦ ଜଣଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ବ୍ୟକ୍ତିଙ୍କୁ ଗୁଳି କରି ମାରିଦେଲେ ବିଜେପି ବିଧାୟକଙ୍କ ସହଯୋଗୀ! appeared first on Odisha Reporter.



from Odisha Reporter https://ift.tt/3j2HiEx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages