କୋଇଲା ଚୁଲା ନିଆଁରେ ଜଳିଗଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

କୋଇଲା ଚୁଲା ନିଆଁରେ ଜଳିଗଲେ ଦମ୍ପତି

ଝାରସୁଗୁଡା(ଭାଗିରଥୀ ସାହୁ):କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ଏପରି ଦୁଃଖଦ ଖବର ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି। ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ।

ସୂଚନାଯୋଗ୍ୟ, ଗୀତା ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ସହ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା । ପତ୍ନୀଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇ  ଗିରିବର ବି ନିଆଁରେ ନିଜେ ବି ଜଳିଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତଦେହ ପଡିଛି ।  ସେମାନଙ୍କ ପୁଅ ଟ୍ୟୁସନ୍‌ରୁ ଫେରିବା ପରେ ବାପାମା’ଙ୍କ ମୃତଦେହ ଦେଖି  ଭାଙ୍ଗି ପଡ଼ିଥିବା ଜଣାଯାଇଛି।   ପଡୋଶୀ ଓ ରାମପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ଜଣାଯାଇଛି।

The post କୋଇଲା ଚୁଲା ନିଆଁରେ ଜଳିଗଲେ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/2Fysccd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages