ଦାଢ଼ି କାଟି ଡ୍ୟୁଟିରେ ଯୋଗଦେଲେ ପୁଲିସ୍ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ଦାଢ଼ି କାଟି ଡ୍ୟୁଟିରେ ଯୋଗଦେଲେ ପୁଲିସ୍ ଅଧିକାରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାଘପତରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଇନ୍ତସାର ଅଲ୍ଲୀ ବିନା ଅନୁମତିରେ ଦାଢ଼ି ରଖିବା କାରଣରୁ ସସପେଣ୍ଡ ହୋଇଥିଲେ। ଏବେ ଏହି ପୁଲିସ୍ ଅଧିକାରୀ ଜଣକ ଦାଢ଼ି କାଟିବା ପରେ ତାଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହାର କରାଯାଇଛି। ଫଳରେ ସେ ଡ୍ୟୁଟିରେ ଯୋଗ ଦେଇଛନ୍ତି।

ପୁଲିସ୍ ଅଧୀକ୍ଷକ କହିଛନ୍ତି, ସବ ଇନ୍ସପେକ୍ଟର ଅଲ୍ଲୀଙ୍କ ପକ୍ଷରୁ ଏକ ପ୍ରାର୍ଥନା ପତ୍ର ଦିଆଯାଇଥିଲା, ଯେଉଁଥିରେ କୁହାଯାଇଛି ଯେ ପୁଲିସ୍ ଅଧିକାରୀ ଜଣକ ପୁଲିସ୍ ନିୟମ ଅନୁସାରେ ଦାଢ଼ି କାଟିଛନ୍ତି। ଯାହା ପରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଲ୍ଲୀ ବାଘପତ ଥାନାରେ ତିନି ବର୍ଷ ହେବ ନିୟୋଜିତ ଥିଲେ। ନିଲମ୍ୱିତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଦାଢ଼ି ରଖିବାକୁ ଅନୁମତି ମାଗିଥିଲି। ହେଲେ ଜବାବ ମିଳିନଥିଲା।

ପୁଲିସ୍ ନିୟମ ଅନୁଯାୟୀ, କେବଳ ଶିଖ ସମ୍ପ୍ରଦାୟଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଅଧିକାରୀ ବା କର୍ମଚାରୀ ଦାଢ଼ି ରଖିପାରିବେ ନାହିଁ। ଯଦି କେହି ଦାଢ଼ି ରଖିବାକୁ ଚାହିଁବେ, ତାହେଲେ ତାଙ୍କୁ ଅନୁମତି ଆଣିବାକୁ ପଡ଼ିବ। କିନ୍ତୁ ଇନ୍ତସାର ଅଲ୍ଲୀଙ୍କୁ ଦାଢ଼ି କାଟିବା ପାଇଁ ତିନିଥର ଚେତାବନୀ ଦିଆଯାଇଥିଲା। ଏପରିକି ଦାଢ଼ି ରଖିବା ପାଇଁ ବିଭାଗ ତରଫରୁ ଅନୁମତି ନେବାକୁ ପଡ଼ିବ ବୋଲି କହିଥିଲେ। କିନ୍ତୁ ସବ୍ ଇନ୍ସପେକ୍ଟର ଅଲ୍ଲୀ ନିର୍ଦ୍ଦେଶର ଅବମାନନା କରି ଦାଢ଼ି ରଖି ଡ୍ୟୁଟି କରିଥିଲେ, ଯାହା ପରେ ତାଙ୍କୁ ସସପେଣ୍ଡ କରାଯାଇଥିଲା।

The post ଦାଢ଼ି କାଟି ଡ୍ୟୁଟିରେ ଯୋଗଦେଲେ ପୁଲିସ୍ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/3ju7JD4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages