ଓ୍ୱାଶିଂଟନ: ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନାର୍କ ଏସପର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ ଆସିବା ପୂର୍ବରୁ ଆମେରିକା ନୂଆଦିଲ୍ଲୀ ପାଇଁ ସକାରାତ୍ମକ ବାର୍ତ୍ତା ଦେଇଛି। ଟ୍ରମ୍ପ ପ୍ରଶାସନ ଭାରତ ସରକାରକୁ କହିଛି ଯେ ଇରାନର ୧୮ଟି ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଇରାନର ଚାବାହାର ବନ୍ଦର ଉପରେ ପ୍ରଭାବ ପକାଇବନି। ଏହାକୁ କିନ୍ତୁ ଆମେରିକା ପ୍ରଥମେ ବିରୋଧ କରୁଥିଲା। ୱାଶିଂଟନ୍ ୧୨ ଅକ୍ଟୋବରରେ ଏହି ପ୍ରସଙ୍ଗରେ କୂଟନୀତିକ ଚ୍ୟାନେଲ ମାଧ୍ୟମରେ ନୂଆଦିଲ୍ଲୀକୁ ଅସନ୍ତୋଷ ବାର୍ତ୍ତା ପଠାଇଥିଲା।
ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଇରାନର ୧୮ ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ସେହି ଅନୁଯାୟୀ, ସମସ୍ତ ଅଣ-ଆମେରିକୀୟ ନାଗରିକ ଇରାନର ଆର୍ଥିକ କ୍ଷେତ୍ର ଏବଂ ଅନୁଷ୍ଠାନ ସହିତ କାର୍ଯ୍ୟକଳାପ ଏବଂ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।
ତେବେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ପୂର୍ବରୁ ଚାବାହାର ବନ୍ଦର ପ୍ରସଙ୍ଗରେ ଭାରତକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଆମେରିକା। ଟ୍ରମ୍ପ ପ୍ରଶାସନ ନୂଆଦିଲ୍ଲୀକୁ କହିଛି ଯେ ଉଭୟ ଆମେରିକା ଏବଂ ଅଣ ଆମେରିକୀୟ ଦେଶରେ ଇରାନର କୃଷିଜାତ ଦ୍ରବ୍ୟ, ଖାଦ୍ୟ, ଔଷଧ ଏବଂ ଚିକିତ୍ସା ଉପକରଣ ବିକ୍ରି ପାଇଁ ଅନୁମତି ଦେଇଛି।
ଏହି ଗସ୍ତ ବେଳେ ଆମେରିକା ସରକାରର ଦୁଇ ପ୍ରମୁଖ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ପ୍ରତିରକ୍ଷା, ସୁରକ୍ଷା ଏବଂ ବିଶ୍ୱ ରଣନୀତି ଏବଂ ଇଣ୍ଡୋ ପାସିଫିକ ସମ୍ପର୍କକୁ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ପୋମ୍ପିଓ ଭାରତ ପରେ ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଇଣ୍ଡୋନେସିଆ ଗସ୍ତରେ ମଧ୍ୟ ଯିବେ ବୋଲି ଜଣାପଡ଼ିଛି। ଯାହାକି ଇଣ୍ଡୋ ପେସିଫିକରେ ରହିଛି।
ସୂଚନାଯୋଗ୍ୟ, ଚାବାହାର ବନ୍ଦର ଭାରତ ପାଇଁ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଭାରତ ମାନବିକ ସହାୟତା ଭାବରେ ୨୮ ସେପ୍ଟେମ୍ବରରେ ଆଫଗାନିସ୍ତାନକୁ ୭୫,୦୦୦ ମେଟ୍ରିକ୍ ଟନ୍ ଗହମ ପଠାଇଥିଲା। ଟ୍ରାନ୍ସପୋର୍ଟ ପାଇଁ ଏହି ବନ୍ଦର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଚାବାହାର ବନ୍ଦର ଇରାନରେ ରହିଛି। ଆମେରିକା ଇରାନ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଭାରତ ପାଇଁ କୂଟନୀତିକ ସମସ୍ୟା ଦେଖାଦେଇଥିଲା। କରୋନା ମହାମାରୀ ବେଳେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଫଗାନିସ୍ତାନକୁ ଏହି ବନ୍ଦର ମାଧ୍ୟମରେ ଗହମ ପଠାଇଥିଲା ଭାରତ।
ଆମେରିକାର ଦୁଇ ମନ୍ତ୍ରୀ ସୋମବାର ଭାରତରେ ପହଞ୍ଚିବେ। ଏହି ଗସ୍ତ ବେଳେ ଭାରତ ସହିତ ଆମେରିକା ସାଟେଲାଇଟ୍ ଚୁକ୍ତି କରିବ ବୋଲି ଏସପର କହିଛନ୍ତି। ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ସାଟେଲାଇଟ୍ ଜରିଆରେ ବିଭିନ୍ନ ତଥ୍ୟ ଆଦାନ ପ୍ରଦାନ ହେବ। ଏହାଦ୍ୱାରା ଚାଇନାର ସାମରିକ ଶକ୍ତିକୁ ଚେକ୍ ଦେଇ ହେବ। ଏହା ଆମେରିକା ଏବଂ ଭାରତ ମଧ୍ୟରେ ଥିବା ପ୍ରତିରକ୍ଷା ଦୂରତାକୁ ନିକଟତର କରିବ ବୋଲି ଜଣାପଡ଼ିଛି।
The post ଭାରତର ଚିନ୍ତା ଦୂର କଲା ଆମେରିକା appeared first on Odisha Reporter.
from Odisha Reporter https://ift.tt/2TktHhv
No comments:
Post a Comment