ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ପରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କେବେ ସ୍କୁଲ ଖୋଲିବ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ। କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ ଆସିଲେ ସେନେଇ ସ୍ପଷ୍ଟ ହେବ।
ଶ୍ରୀ ଦାସ କହିଛନ୍ତି, ସ୍କୁଲ ଖୋଲିବା ନେଇ CMO ଠିକ୍ ସମୟରେ ଠିକ୍ ସୂଚନା ଦେବେ। ବିଭାଗ ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ ହେବ।
The post ରାଜ୍ୟରେ କେବେ ଖୋଲିବ ସ୍କୁଲ୍? ମନ୍ତ୍ରୀ ଦେଲେ ଉତ୍ତର appeared first on Odisha Reporter.
from Odisha Reporter https://ift.tt/2HRjCG3
No comments:
Post a Comment