ମୁମ୍ୱାଇ : ମହାମାରୀ କରୋନା କାହାର ଜୀବନଜୀବିକା ଛଡ଼ାଇ ନେଇଛି ତ କାହାକୁ ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇଛି। ଫଟୋରେ ଚାହା ତିଆରି କରୁଥିବା ଏହି ପିଲାଟିକୁ ଭଲ ଭାବରେ ଦେଖନ୍ତୁ। ପିଲାଟିର ବୟସ ମାତ୍ର ୧୪ ବର୍ଷ। ଯେଉଁ ବୟସରେ ସେ ଖେଳକୁଦ ଓ ପାଠପଢ଼ାରେ ସମୟ ବିତାଇବା କଥା, ସେ ବୟସରେ ସେ ତା କୁନି କାନ୍ଧରେ ପରିବାରର ଦାୟିତ୍ୱ ଉଠାଇଛି।
ସୁହ୍ୱାନ ନାମରେ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ପିଲାଟିର କାହାଣୀ ଆପଣମାନେ ନିଶ୍ଚୟ ପଢ଼ିଥିବେ। ୧୪ ବର୍ଷୀୟ ସୁହ୍ୱାନଙ୍କର ମା’ ସ୍କୁଲରେ ଜଣେ ବସ୍ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ହେଲେ କରୋନା ଲକଡାଉନ ପାଇଁ ମା’ଙ୍କୁ କାମ ମିଳିବା ବନ୍ଦ ହୋଇଗଲା। ଏହାପରଠୁ ସୁହ୍ୱାନ ପରିବାର ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ପରିବାରର ଆର୍ଥିକ ସ୍ଥିତି ଠିକ୍ କରିବା ପାଇଁ ସେ ଚା ବିକ୍ରି କରୁଛନ୍ତି। ୧୨ ବର୍ଷ ପୂର୍ବରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇସାରିଛି। ଘରେ ସାନ ଭଉଣୀ ଅନଲାଇନ୍ କ୍ଲାସ ମାଧ୍ୟମରେ ପାଠ ପଢୁଛି। ସ୍କୁଲ ଖୋଲିଲେ ସେ ତାଙ୍କର ପାଠପଢ଼ା ଆରମ୍ଭ କରିବେ।
Mumbai: A 14-year-old boy, Subhan sells tea to support his family after his mother’s earnings stopped, amid #COVID19 pandemic. She worked as a school bus attendant. He says, “My father died 12 years ago. My sisters study via online classes, I’ll resume mine after schools reopen.” pic.twitter.com/bwgVMCTkYI
— ANI (@ANI) October 29, 2020
ମୁମ୍ୱାଇର ଭିଣ୍ଡି ବଜାରର ଏକ ଦୋକାନରେ ଚା ତିଆରି କରି ସୁହ୍ୱାନ ବିଭିନ୍ନ ସ୍ଥାନରେ ବିକ୍ରି କରିଥା’ନ୍ତି। ଦିନକୁ ପାଖାପାଖି ୩୦୦ରୁ ୪୦୦ ଟଙ୍କା ରୋଜଗାର କରନ୍ତି। ମା’ଙ୍କୁ ଦେବା ପରେ ଅବଶିଷ୍ଟ ଅର୍ଥକୁ ସେ ଭବିଷ୍ୟତ ପାଇଁ ସଞ୍ଚୟ କରିଥା’ନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ସୁହ୍ୱାନଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କର ଏହି ଉଦ୍ୟମକୁ ଚାରିଆଡେ ପ୍ରଶଂସା ମଧ୍ୟ କରାଯାଉଛି।
The post କରୋନା ମା’ଙ୍କୁ ବେରୋଜଗାର କରିବାରୁ ଚା ବିକୁଛନ୍ତି ୧୪ ବର୍ଷର ପୁଅ appeared first on Odisha Reporter.
from Odisha Reporter https://ift.tt/31SdLaD
No comments:
Post a Comment