ବଲ୍ଲିଆ: ଦେଶର ଦିନକୁ ଦିନ ମହିଳାଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ଦୁଷ୍କର୍ମ ଭଳି ଅତ୍ୟାଚାର ବଢ଼ୁଥିବା ବେଳେ ବିଜେପି ବିଧାୟକ ବିବାଦୀୟ ବୟାନ ଦେଇଛନ୍ତି। ଝିଅମାନଙ୍କ ସହ ହେଉଥିବା ଦୁଷ୍କର୍ମ ପାଇଁ ସେ ତାଙ୍କ ବାପାମା’ଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି, ଯଦି ଝିଅମାନଙ୍କୁ ତାଙ୍କ ବାପା ମା’ ଭଲ ବ୍ୟବହାର ଓ ଚାଲିଚଳଣୀ ଶିଖାଇବେ, ତା’ହେଲେ ଦେଶରେ ଦୁଷ୍କର୍ମ ବନ୍ଦ ହୋଇପାରିବ। ଦୁଷ୍କର୍ମ ଘଟଣାକୁ କେବଳ ଭଲ ସଂସ୍କାର ମିଳିଲେ ହିଁ ଯାଇ ରୋକା ଯାଇ ପାରିବ। ଶାସନ କିମ୍ବା ଖଣ୍ଡା ଦ୍ୱାରା ଏହା ବନ୍ଦ ହେବନାହିଁ।
ସବୁ ବାପା ମା’ ସେମାନଙ୍କ ବଢ଼ିଲା ଝିଅଙ୍କୁ ସଂସ୍କାର ଶିଖାନ୍ତୁ। ବର୍ତ୍ତମାନ ପରିବେଶରେ କେମିତି ବ୍ୟବହାର ପ୍ରଦର୍ଶନ କରିବାକୁ ହେବ ସେ କଥା ବାପା ମା’ମାନେ ସେମାନଙ୍କ ଝିଅଙ୍କୁ ଶିଖାନ୍ତୁ ବୋଲି ଉତ୍ତର ପ୍ରଦେଶ ହାଥରସ ଘଟଣାରେ ପ୍ରତିକ୍ରିୟା ଦେବା ବେଳେ ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଯଦି ସରକାରଙ୍କ ଧର୍ମ ହେଲା ସୁରକ୍ଷା ଯୋଗାଇ ଦେବା, ତା’ହେଲେ ଭଲ ସଂସ୍କାର ଶିଖାଇବା ବି ବାପା ମା’ ଓ ପରିବାର ବର୍ଗଙ୍କ ଧର୍ମ। ସରକାର ଓ ଉତ୍ତର ସଂସ୍କାର ହିଁ ଦେଶକୁ ସୁନ୍ଦର କରିପାରିବ।
The post ଦୁଷ୍କର୍ମ ପାଇଁ ବାପା ମା’ଙ୍କୁ ପରୋକ୍ଷରେ ଦାୟୀ କଲେ ବିଜେପି ବିଧାୟକ appeared first on Odisha Reporter.
from Odisha Reporter https://ift.tt/33tVstS
No comments:
Post a Comment