ନୂଆଦିଲ୍ଲୀ: ମହାମାରୀ କରୋନାକୁ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବଡ଼ ଘୋଷଣା କରିଛନ୍ତି। କରୋନା ଟିକା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସେ ଏହା ଲୋକଙ୍କ ପାଖରେ କେବେ ପହଞ୍ଚିବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକା ଉପରେ ଉଚ୍ଚସ୍ତରୀୟ ବୈଜ୍ଞାନିକମାନେ କାମ କରୁଛନ୍ତି। ସେମାନେ ଟିକାର ସବୁ ଦିଗକୁ ପରୀକ୍ଷା କରିବାରେ ଲାଗିଛନ୍ତି। ଭାରତରେ ଏକାଧିକ ଟିକାର ମାନବ ପରୀକ୍ଷଣ କରାଯାଉଛି।
ଆମର ପ୍ରାଥମିକ ଆକଳନ ଅନୁଯାୟୀ, ୨୦୨୧ ଜୁଲାଇ ଶେଷ ସୁଦ୍ଧା ଆମ ପାଖରେ ୪୦୦ରୁ ୫୦୦ ମିଲିୟନ କରୋନା ଟିକାର ଡୋଜ୍ ପହଞ୍ଚି ଯିବ। ଏହି ଟିକାକୁ ପ୍ରାୟ ୨୫ କୋଟି ଲୋକଙ୍କୁ ଦିଆଯିବ।
ସୋଶାଲ ମିଡିଆରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ରାଜ୍ୟମାନଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ କରୋନା ଟିକା ବଣ୍ଟନ ସମ୍ପର୍କରେ ଆଲୋଚନା କରୁଛନ୍ତି। ଯେଉଁ ରାଜ୍ୟରେ ଅଧିକ ସଂଖ୍ୟକ ସମ୍ବେଦନଶୀଳ ଗୋଷ୍ଠୀ ଥିବେ ସେହି ରାଜ୍ୟକୁ ପ୍ରଥମେ କରୋନା ଟିକା ପ୍ରଦାନ କରାଯିବ।
ଭାରତ ସରକାରଙ୍କ ପାଖରେ ଟିକା ପହଞ୍ଚିବା ପରେ ଏହାକୁ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ପ୍ରଦାନ କରାଯିବ। କରୋନା ଆକ୍ରାନ୍ତଙ୍କ ସହ ସମ୍ମୁଖ ଭାଗରେ ରହି ଲଢ଼େଇ କରୁଥିବା ଲୋକଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ଚିହ୍ନଟ କରାଯିବ। ରାଜ୍ୟମାନେ ସେମାନଙ୍କ ତାଲିକା ଖୁବଶୀଘ୍ର ଦାଖଲ କରିବେ ବୋଲି ସେ କହିଛନ୍ତି।
ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିର ପରୀକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏହି ପ୍ରସଙ୍ଗ ଏବେ ବି ବିଚରାଧିନ ରହିଛି। ଏଯାଏ ସ୍ପୁଟନିକ-ଭିର ଫେଜ୍ ୩ ଟ୍ରାଏଲ କରିବାକୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
The post ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କ ପାଖରେ ପହଞ୍ଚିବ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/34mp4bH
No comments:
Post a Comment