ପୂଜା ବଜାରରେ ଗାଡ଼ି କିଣିବାକୁ ଅଫର ମାଳମାଳ, କ’ଣ ଭାବୁଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ପୂଜା ବଜାରରେ ଗାଡ଼ି କିଣିବାକୁ ଅଫର ମାଳମାଳ, କ’ଣ ଭାବୁଛନ୍ତି?

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଉତ୍ସବର ଋତୁ। କରୋନା ପାଇଁ ଉଭୟ ଲୋକମାନେ ଏବଂ କମ୍ପାନୀ ଆର୍ଥିକ ସମସ୍ୟାରେ ରହିଛନ୍ତି। ପକେଟ ହାଲକା ଥିଲେ ମଧ୍ୟ ଗ୍ରାହକଙ୍କ ଆଗ୍ରହ ରହିଛି ଗାଡ଼ି, କାର ଆଦି କିଣିବା ପାଇଁ। ଏହାକୁ ନଜରରେ ରଖି ଅଟୋମୋବାଇଲ କମ୍ପାନୀ ଅଫର ଘୋଷଣା କରିଛନ୍ତି। ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି, ହୁଣ୍ଡାଇ, ମହିନ୍ଦ୍ରା ପରି ପ୍ରମୁଖ କାର, ଟ୍ରାକ୍ଟର ନିର୍ମାତା ଗ୍ରାହକଙ୍କୁ କିଣିବା ବେଳେ ନଗଦ ରିହାତି, ବୋନସ୍ ଏବଂ କର୍ପୋରେଟ୍ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି।

ମାରୁତି ସୁଜୁକି ନେକ୍ସା ଏବଂ ଆରେନା ରେଞ୍ଜରେ ରିହାତି ପ୍ରଦାନ କରୁଛି। ଏହି ସମସ୍ତ ରିହାତିରେ ପ୍ରି-ବୁକିଂ, ନଗଦ ରିହାତି, ବିନିମୟ ବୋନସ୍ ଏବଂ କର୍ପୋରେଟ୍ ରିହାତି ରହିଛି। ମାରୁତି ସୁଜୁକି ଆରେନା ଅଲ୍ଟୋ, ସେଲେରିଓ, ଇକୋ, ଏସ୍-ପ୍ରେସୋ, ୱାଗନ୍ ଆର, ସ୍ୱିଫ୍ଟ, ଡିଜାଇର, ଏର୍ଟିଗା ଉପରେ ରିହାତି ପ୍ରଦାନ କରୁଛି। ଯେଉଁମାନେ ଅଲ୍ଟୋ କିଣିବାକୁ ଚାହୁଁଛନ୍ତି, ସେମାନେ ୨୧,୦୦୦ ଟଙ୍କା ନଗଦ ରିହାତି, ୧୫,୦୦୦ ଟଙ୍କା ବିନିମୟ ବୋନସ୍, ୫୦୦୦ କର୍ପୋରେଟ୍ ରିହାତି ପାଇପାରିବେ ଏବଂ ସେଲେରିଓ ଗ୍ରାହକମାନେ ୨୮,୦୦୦ ଟଙ୍କା ନଗଦ ରିହାତି, ୨୦,୦୦୦ ଟଙ୍କା ବିନିମୟ ବୋନସ୍ ଏବଂ ୫୦୦୦ କର୍ପୋରେଟ୍ ରିହାତି ପାଇପାରିବେ।

ସେହିଭଳି ୱାଗନ୍ ଆର ଯେଉଁମାନେ କିଣିବେ ସେମାନେ ୧୫,୦୦୦ ଟଙ୍କା ନଗଦ ରିହାତି, ୨୦,୦୦୦ ଟଙ୍କା ବିନିମୟ ବୋନସ୍, ୫୦୦୦ ଟଙ୍କା କର୍ପୋରେଟ୍ ରିହାତି। ସ୍ୱିଫ୍ଟ ପାଇଁ ୧୪,୦୦୦ ନଗଦ ରିହାତି, ୨୫,୦୦୦ ଟଙ୍କା ବିନିମୟ ବୋନସ୍, ୫୦୦୦ ଟଙ୍କା କର୍ପୋରେଟ୍ ରିହାତି ରହିଛି। ଅନ୍ୟାନ୍ୟ ମଡ଼େଲ ପାଇଁ ମଧ୍ୟ ଏହି ଅଟୋମାବାଇଲ କମ୍ପାନୀ ଅଫର୍ ଘୋଷଣା କରିଛି।

ମାରୁତି ସୁଜୁକି ଭଳି ହୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ହୋଣ୍ଡା, ଟାଟା ମୋଟର୍ସ ମଧ୍ୟ ସମାନ ଅଫର ଘୋଷଣା କରିଛନ୍ତି। ମୁଖ୍ୟତଃ ଏବେ ଲାଭ ଅପେକ୍ଷା ଅଧିକ ବିକ୍ରି ଉପରେ କାର କମ୍ପାନୀ ଗୁରୁତ୍ୱ ଦେଉଥିବା ସୂଚନା ରହିଛି।

ତେବେ ଦୁଇ ଚକିଆ ଅଟୋମୋବାଇଲ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଭଲ ରିହାତି ପ୍ରଦାନ କରୁଛନ୍ତି। ଟିଭିଏସ୍ ୪୦୦୦ ଟଙ୍କା ପର୍ଯ୍ୟନ୍ତ, ହିରୋ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପୂଜା ରିହାତି ପ୍ରଦାନ କରୁଛି।

ହୋଣ୍ଡା ରିଟେଲ ଫାଇନାନ୍ସ ସହିତ ହୋଣ୍ଡା ବାଇକ୍ ଏବଂ ସ୍କୁଟରରେ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ହୋଣ୍ଡା ପ୍ରଥମ ୩ ମାସ ଇଏମଆଇରେ ୫୦% ରିହାତି ପ୍ରଦାନ କରୁଛି, ଗ୍ରାହକମାନେ ସର୍ବନିମ୍ନ ୭.୯୯% ସୁଧ ସହିତ ହୋଣ୍ଡା ବାଇକ୍ କିଣି ପାରିବେ। ଏମିତିକି ୧୦୦% ଫାଇନାନ୍ସରେ ବାଇକ୍ କିଣିବାର ବ୍ୟବସ୍ଥା ରହିଛି।

ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତର-ପୂର୍ବ ରାଜ୍ୟ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ୟାମାହା କମ୍ପାନୀ ୧୨୫ସିସି ସ୍କୁଟର ଆଦି କିଣିବା ପାଇଁ ୯୯୯ ଟଙ୍କା ଡାଉନ ପେମେଣ୍ଟର ସର୍ତ୍ତ ରଖିଛି। ସର୍ବନିମ୍ନ ଇଏମଆଇ ୫.୯୯% ରହିଛି ସ୍କୁଟର ଉପରେ।

The post ପୂଜା ବଜାରରେ ଗାଡ଼ି କିଣିବାକୁ ଅଫର ମାଳମାଳ, କ’ଣ ଭାବୁଛନ୍ତି? appeared first on Odisha Reporter.



from Odisha Reporter https://ift.tt/2FP98GF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages