ଲକ୍‌ଡାଉନ୍‌ ଯୋଗୁଁ କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଲକ୍‌ଡାଉନ୍‌ ଯୋଗୁଁ କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ  ଆରମ୍ଭ ହେବା ଦିନଠୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ଯାଇ ରାଜ୍ୟ ସରକାର ଲକ୍‌ଡାଉନ୍‌, ଶଟଡାଉନ୍‌ କଟକଣାକୁ ଆପଣାଇଲେ। ଏହା ଫଳରେ ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଲା।  ଫଳସ୍ୱରୂପ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ  ଆଶାତୀତ ଭାବେ ହ୍ରାସ ପାଇଛି।

ଗତ ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ୪୩. ୫ ପ୍ରତିଶତ କମିଛି ଦୁର୍ଘଟଣାଜନିତ ମୃତ୍ୟୁ । ଏହାବ୍ୟତୀତ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ୭ ମାସ ଭିତରେ ୩୦ ପ୍ରତିଶତ କମିଛି ଏହି ସଂଖ୍ୟା।

୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧, ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦ ଭିତରେ ରାଜ୍ୟରେ ୧ ହଜାର ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏପ୍ରିଲ ମାସରେ ୭୪% କମିଥିବା ବେଳେ ମେ ମାସରେ ୪୨%, ଜୁନ୍‌ରେ ୧୮%  ଏବଂ ଜୁଲାଇରେ ୧୯%  ଖସିଛି ।

The post ଲକ୍‌ଡାଉନ୍‌ ଯୋଗୁଁ କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3ob0WlD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages