କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଫିଦାୟିନ୍ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ଚୀନ ଓ ପାକିସ୍ତାନ ହାତ ମିଶାଇଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଅଲ ବଦର ସହାୟତାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜମ୍ମୁକାଶ୍ମୀରରେ ଫିଦାୟିନ ଆତଙ୍କବାଦୀ ପ୍ରସ୍ତୁତ କରୁଛି। ସେପଟେ ଆତଙ୍କୀ ଗୋଷ୍ଠୀ ଅଲ ବଦରକୁ ସଶକ୍ତ କରିବା ଲାଗି ଚୀନ ନିଜର ଚେଷ୍ଟା ଚଳାଇଛି ବୋଲି ନିକଟରେ ସୁରକ୍ଷା ଏଜେନ୍ସିର ଏକ ରିପୋର୍ଟରେ କୁହାଯାଇଛି।

ଚିନ୍ ଅଧିକାରୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗସ୍ତ କରି ଅଲ ବଦରର ଟପ୍ ଆତଙ୍କବାଦୀ କମାଣ୍ଡରମାନଙ୍କ ସହ ଏକ ବୈଠକ କରିଛନ୍ତି।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା କାଶ୍ମୀରରେ ସୁରକ୍ଷା ବାହିନୀଙ୍କ ସହ ମୁହାଁମୁହିଁ ହୋଇ ଅଲ ବଦରର ୬ ଆତଙ୍କବାଦୀ ନିପାତ ହୋଇସାରିଛନ୍ତି। ଏଠାରେ କହି ରଖୁଛୁ ଯେ, ଅଲ ବଦର ନିଜର ଗୋଷ୍ଠୀର ୧୬ ଆତଙ୍କବାଦୀଙ୍କୁ କାଶ୍ମୀରରେ ନିୟୋଜିତ କରିଥିଲା।

ସୂତ୍ର ଅନୁସାରେ, କାଶ୍ମୀର ଘାଟିରେ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ୧୦୭ ଆତଙ୍କବାଦୀ ଭିନ୍ନ ଭିନ୍ନ ଗୋଷ୍ଠୀରେ ସାମିଲ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ୪୭ଜଣ ହିଜବୁଲ ମୁଜାହିଦ୍ଦୀନରେ, ଲଶ୍କର ଏ ତୋଏବା ୨୪ ଏବଂ ଜୈଶ୍ ଏ ମୋହମ୍ମଦରେ ୧୧ ଆତଙ୍କବାଦୀ ସାମିଲ ହୋଇଛନ୍ତି। ତେବେ ଅଲ ବଦରରେ ୧୬ ଆତଙ୍କବାଦୀ ସାମିଲ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, କାଶ୍ମୀରରେ ମୋଟ ୯୯ ଆତଙ୍କବାଦୀ ସକ୍ରିୟ ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧୪ ଜଣ ଅଲ ବଦର ଗୋଷ୍ଠୀର ଅଟନ୍ତି। ଆଉ ବାକି ସକ୍ରିୟ ଆତଙ୍କବାଦୀମାନଙ୍କ ମଧ୍ୟରୁ ହିଜବୁଲ ମୁଜହିଦ୍ଦୀନର ୩୭ଜଣ, ଲଶ୍କରର ୩୧ ଜଣ ଏବଂ ଜୈଶ ଏ ମୋହମ୍ମଦର ୧୪ଜଣ ଆତଙ୍କବାଦୀ ରହିଛନ୍ତି।

ସୁରକ୍ଷା ଏଜେନ୍ସି ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ମନସେରା ନିକଟସ୍ଥ ଲଞ୍ଚ୍ ପେଡଠାରେ ୮୫ ଆତଙ୍କବାଦୀ ଏକାଠି ହୋଇଥିବା ସୂଚନା ରହିଛି, ଯେଉଁମାନଙ୍କ ମଧ୍ୟରେ ଅଲ ବଦର ଆତଙ୍କବାଦୀ ଥିବା ମଧ୍ୟ ଜଣାପଡ଼ିଛି।

The post କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ appeared first on Odisha Reporter.



from Odisha Reporter https://ift.tt/30m4o2v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages