ସ୍ୱାମୀ କଟୁରି ଚୋଟରେ ଗଲା ସ୍ତ୍ରୀ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

ସ୍ୱାମୀ କଟୁରି ଚୋଟରେ ଗଲା ସ୍ତ୍ରୀ ଜୀବନ

ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହରସିଣା(ଖପଡ଼ା)ଗାଁରେ ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି ।  ସ୍ୱାମୀ କଟୁରି ପଛପଟେ ସ୍ତ୍ରୀର ମୁଣ୍ଡକୁ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଜଣଙ୍କ ହେଲେ ପାର୍ବତୀ ତରାଇ। ସ୍ୱାମୀ ମେଘନାଦ ତରାଇଙ୍କୁ ଗିରଫ କରି ପଚରାଉଚରା କରୁଛି କୁଜଙ୍ଗ ପୁଲିସ୍‌।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ମେଘନାଦ ରାଗି ଯାଇ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇଥିଲେ। ଫଳରେ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ମେଘନାଦଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଖବର ପାଇ କୁଜଙ୍ଗ ଥାନା ପୁଲିସ୍ ପହଞ୍ଚି‌ ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି ପଚରାଉଚରା କରୁଛି।

The post ସ୍ୱାମୀ କଟୁରି ଚୋଟରେ ଗଲା ସ୍ତ୍ରୀ ଜୀବନ appeared first on Odisha Reporter.



from Odisha Reporter https://ift.tt/349oNJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages