ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍

ସିଡନୀ: ଭାରତ ବିପକ୍ଷ ସୀମିତ ଓଭର ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଆହତ କାରଣରୁ ତୃତୀୟ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ଜବରଦସ୍ତ ଫର୍ମରେ ଥିବା ୱାର୍ଣ୍ଣର୍ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୬୯ ଓ ୮୩ ରନ୍ କରିଥିଲେ।

ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ଆଘାତ ଲାଗିଥିଲା। ତେବେ ପରେ ସ୍କାନରୁ ଜଣାପଡ଼ିଛି ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ଡାକ୍ତର ୱାର୍ଣ୍ଣରଙ୍କୁ ଏବେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ ସ୍ଥାନରେ ଡାର୍ସି ଶର୍ଟଙ୍କୁ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି।

ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ପ୍ୟାଟ୍ କମିନ୍ସଙ୍କୁ ବିଶ୍ରାମ ଦେଇଛି। ଏ ନେଇ ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ସୀମିତ ଓଭର ସିରିଜ୍ ଅପେକ୍ଷା ଆମ ପାଇଁ ଟେଷ୍ଟ ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଟେଷ୍ଟ ସିରିଜ୍ ପୂର୍ବରୁ ତାଙ୍କୁ ମ୍ୟାନେଜମେଣ୍ଟ ବିଶ୍ରାମ ଦେବା ପାଇଁ ନିଷ୍ପତ୍ତି ନେଇଛି।

The post ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା, ଡେଭିଡ୍ ୱାର୍ଣ୍ଣର୍ ଆଉଟ୍ appeared first on Odisha Reporter.



from Odisha Reporter https://ift.tt/2Viz5CM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages