ଭୁବନେଶ୍ୱର : ଏହି ଶୀତଦିନରେ ଆପଣ ବିବାହ କରିବାକୁ ଯାଉଛନ୍ତି କି ? ଯଦି ହଁ ତେବେ ମୁହଁର ତ୍ୱଚାକୁ ଚମକାଇବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ପୁଅ ହୁଅନ୍ତୁ କିମ୍ୱା ଝିଅ ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ବିୟୁଟି ପାର୍ଲର ମାନଙ୍କରେ ପୂର୍ବରୁ ଫେଆର୍ନେସ୍ ଟ୍ରିଟମେଣ୍ଟ କରୁଥିବା ଦେଖାଯାଉଛି। ତେବେ ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ…
୧. ସପ୍ତାହକୁ ଅତି କମ୍ରେ ୨୦ରୁ ୩୦ ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ। ଏପରି କଲେ ଆପଣଙ୍କ ଚିନ୍ତା କମ୍ ହେବ ଏବଂ ବ୍ଲଡ୍ ସର୍କୁଲେସନ୍ ବୃଦ୍ଧି ପାଇବ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ଵଳ ହେବ।
୨. ବଡି ସୋପ୍ର ବ୍ୟବହାର କରନ୍ତୁ ନାହିଁ। ମୁହଁରେ କୌଣସି ଭଲ କମ୍ପାନୀର ଫେଶ୍ ୱାସ୍ର ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମୁହଁକୁ ସଫା ଶୁଅନ୍ତୁ।
୩. ଶୋଇବା ପୂର୍ବରୁ ମୁହଁରେ ଆଣ୍ଟି-ଅକ୍ସିଡାଣ୍ଟ ଥିବା ମଶ୍ଚୁରାଇଜର ଲଗାନ୍ତୁ। ଯେଉଁ ମଶ୍ଚୁରାଇଜରରେ ଭିଟାମିନ୍ ଏ, ସି, ଇ ଓ ବି ୩ ପରି ପୋଷକତତ୍ତ୍ୱ ରହିଥିବ। ଏହିସବୁ ପୋଷକତତ୍ତ୍ୱ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥା’ନ୍ତି।
୪. ମୁହଁରେ ରାସାୟନିକ ପଦାର୍ଥର ବ୍ୟବହାର ନକରିବା ପାଇଁ ଚେଷ୍ଟା କରନ୍ତୁ। ମନେରଖନ୍ତୁ କୌଣସି ପ୍ରଡକ୍ଟକୁ ମୁହଁରେ ବ୍ୟବହାର କରିବା ପୂର୍ବରୁ ଚର୍ମ ରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ।
୫. ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରି ଦୁର୍ଗନ୍ଧ ହେଉଛି ଏବଂ ମୁଣ୍ଡ ଧୂଳି ହେଉଛି ତେବେ ପ୍ରତିଦିନ କେଶ ଧୁଅନ୍ତୁ। ଶାମ୍ପୂ କରିବା ପୂର୍ବରୁ କେଶ ମୂଳରେ ତେଲ ଲଗାନ୍ତୁ। ସେହିପରି ଶାମ୍ପୂ କରି ସାରିବା ପରେ କଣ୍ଡିସନର ଲଗାଇବାକୁ ଭୁଲନ୍ତୁ ନାହିଁ।
୬. ଆବଶ୍ୟକ ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ।
The post ଶୀତଦିନେ ବିବାହ କରୁଛନ୍ତି କି ? ଜାଣିରଖନ୍ତୁ ତ୍ୱଚାର କିପରି ନେବେ ଯତ୍ନ appeared first on Odisha Reporter.
from Odisha Reporter https://ift.tt/2VuiPid
No comments:
Post a Comment