ପରାଜୟ ପରେ ଦଳ ଭିତରେ ଅସନ୍ତୋଷ, ଅପରାହ୍ନରେ ସ୍ପେଶାଲ କିମିଟିର ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ପରାଜୟ ପରେ ଦଳ ଭିତରେ ଅସନ୍ତୋଷ, ଅପରାହ୍ନରେ ସ୍ପେଶାଲ କିମିଟିର ବୈଠକ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୫ଟାରେ କଂଗ୍ରେସର ସ୍ପେଶାଲ କମିଟି ବୈଠକ ବସିବ। ବିହାର ନିର୍ବାଚନ ଏବଂ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏଭଳି ପରିଣାମକୁ ନେଇ ଦଳ ଭିତରୁ ସମୀକ୍ଷା ପାଇଁ ଦାବି ହୋଇଥିଲା। ଏହାପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅପରାହ୍ନରେ ବୈଠକ ହେବ ବୋଲି ସୂଚନା ରହିଛି। ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ହେବ। ଏହି ବୈଠକର ଏଜେଣ୍ଡା ବାବଦରେ କିନ୍ତୁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।

ଅଗଷ୍ଟ ମାସରେ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେବା ପାଇଁ ଏକ ସ୍ପେଶାଲ କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ସେହିମାନେ ଉପସ୍ଥିତ ରହିବେ। ଯେଉଁଥିରେ ଅହମଦ ପଟେଲ, କେ ସି ବେଣୁଗୋପାଳ, ଏକେ ଆଣ୍ଟୋନି, ଅମ୍ୱିକା ସୋନୀ, ମୁକୁଲ ଓ୍ୱାସନିକ, ରଣଦୀପ ସୁରଜେଓ୍ୱାଲା ରହିବେ। ହେଲେ ସୋନିଆଙ୍କ ମୁଖ୍ୟ ପରାମର୍ଶଦାତା ଅହମଦ ପଟେଲ ମେଦାନ୍ତ ଆଇସିୟୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ସେ ଉପସ୍ଥିତ ରହିବେ କି ନାହିଁ ସେ ନେଇ ଅନେକ ସସପେନ୍ସ ମଧ୍ୟ ଆରମ୍ଭ ହୋଇଛି।

ବିହାର ବିଧାନସଭା ନିର୍ବାଚନରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ କଂଗ୍ରେସ ସାମିଲ୍ ହୋଇଥିଲା। ଏଥିରେ ୭୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇ ମୋଟ୍ ୧୯ଟି ଆସନରେ ବିଜୟୀ ହୋଇଥିଲା।

ସେହିପରି ଗୁଜରାଟରେ ୮ଟି ଆସନରେ ଉପନିର୍ବାଚନ ହୋଇଥିଲା। କଂଗ୍ରେସ ସମସ୍ତ ଆସନରେ ପରାଜୟ ହୋଇଥିଲା। ମଧ୍ୟପ୍ରଦେଶର ୨୮ଟି ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। କଂଗ୍ରେସ ମୋଟ୍ ୯ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ୟୁପି, କର୍ଣ୍ଣାଟକା, ଓଡ଼ିଶା, ମଣିପୁରରେ ମଧ୍ୟ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି।

The post ପରାଜୟ ପରେ ଦଳ ଭିତରେ ଅସନ୍ତୋଷ, ଅପରାହ୍ନରେ ସ୍ପେଶାଲ କିମିଟିର ବୈଠକ appeared first on Odisha Reporter.



from Odisha Reporter https://ift.tt/3kHsqfn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages