ବସ୍ ଓଲଟି ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

ବସ୍ ଓଲଟି ଚାଲିଗଲା ୨ ଜୀବନ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବିଷମକଟକର ଲକ୍ଷ୍ମୀପୁରରୁ କଟକ ଅଭିମୁଖେ ଯାଉଥିବା ‘ଫର୍ଚୁନ’ ନାମକ ଯାତ୍ରୀବାହି ବସ୍‌ ଗତରାତିରେ ହାଜାରୀଡ଼ାଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ, ‘ଫର୍ଚୁନ’ ନାମକ ବସ୍‌ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ଗତକାଲି ଲକ୍ଷ୍ମୀପୁରରୁ ଭାୟା ଟିକିରି ହୋଇ କଟକ ଅଭିମୁଖେ ଆସୁଥିଲା। ମାତ୍ର ହାଜାରୀଡ଼ାଙ୍ଗ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଓଲଟି ପଡିଥିଲା ।

ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।  ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।  ଜଣେ ଗୁରୁତରଙ୍କୁ ଭାଇଜାକ୍‌ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ଶେଷରେ ଏକ ଜେସିବି ପହଞ୍ଚିବା ପରେ ବସ୍‌ଟିକୁ ତଳୁ ଉଠାଇଥିଲା । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ  ସରିଥିଲା ।

The post ବସ୍ ଓଲଟି ଚାଲିଗଲା ୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3kEZZ1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages