ଆବଶ୍ୟକୀୟ ସାମଗ୍ରୀ- :
ହରଡ଼ ଡାଲି, ଛୋଟ ଚିଙ୍ଗୁଡ଼ି, ବୋଇତାଳୁ (ବୋଇତି କଖାରୁ), କଞ୍ଚା କଦଳୀ, ଆଳୁ, ଫୁଲ କୋବି, ଟମାଟୋ, ପିଆଜ଼, ରସୁଣ,
ଅଦା, ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କା, ଅଳେଇଚ, ଡାଲଚିନ, ତେଜ ପତ୍ର, ଗୋଟା ଜିରା, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ତେଲ,
ଧଣିଆ ପତ୍ର, ଲୁଣ
ପ୍ରସ୍ତୁତି ପ୍ରଣାଳୀ-
ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ ଏଥିରେ ଲୁଣ ଓ ହଳଦୀ ଦେଇ ଗୋଳେଇ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ। ତା’ଭିତରେ ଡାଲମା ପାଇଁ ଆବଶ୍ୟକ ପରିବା କାଟି ଦିଅନ୍ତୁ। ପରିବା କଟା ସରିବା ପରେ ଚିଙ୍ଗୁଡ଼ିକୁ କଡ଼େଇରେ ଭାଜି ଦିଅନ୍ତୁ।
ଏ କାମ ସରିବା ପରେ ପ୍ରେସର କୁକରରେ ଆବଶ୍ୟକ ଅନୁସାରେ ପାଣି ଦେଇ ସେଥିରେ ଡାଲି, କଟା ଫୁଲ କୋବି, ବୋଇତି କଖାରୁ, ଆଳୁ, ଟମାଟୋ, କଞ୍ଚା କଦଳୀ, ଲୁଣ ଓ ହଳଦୀ ଦେଇ ଗ୍ୟାସ୍ ଚୁଲିରେ ବସାନ୍ତୁ। ତିନୋଟି ସିଟି ମାରିଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
ଏବେ ପିଆଜ, ଅଦା, ରସୁଣ, ଶୁଖିଲା ଲଙ୍କା, ଡାଲଚିନି ଆଉ ଅଳେଇଚକୁ ବାଟି ପେଷ୍ଟ ବନାନ୍ତୁ। ଏହା ପରେ କଡ଼େଇକୁ ଚୁଲିରେ ବସାନ୍ତୁ। ଏଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ତେଜ ପତ୍ର ଓ ଫୁଟଣ ପକାନ୍ତୁ। ଏହା ପରେ ମସଲା ପେଷ୍ଟ ପକାଇ କଷନ୍ତୁ। ଅଳ୍ପ ସମୟ ପରେ ଏଥିରେ ଛୋଟ ଛୋଟ କରି କଟାଯାଇଥିବା ଟମାଟୋ ଖଣ୍ଡଗୁଡ଼ିକୁ ପକାନ୍ତୁ। ଅଳ୍ପ କଷି ସାରିଲା ପରେ ଭଜା ଚିଙ୍ଗୁଡ଼ିକୁ ସେଥିରେ ପକାନ୍ତୁ ଓ ଦୁଇରୁ ତିନି ମିନିଟ୍ କଷନ୍ତୁ। ପରେ କୁକରରେ ଥିବା ଡାଲି ଓ ପରିବା ସିଝାକୁ କଡ଼େଇ ପକାଇ ୧୦ ମିନିଟ୍ ଫୁଟାନ୍ତୁ। ଶେଷରେ ଧନିଆ ପତ୍ର ଓ ଜିରା-ଲଙ୍କା ଗୁଣ୍ଡ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଡାଲମା।
The post ଚିଙ୍ଗୁଡ଼ି ଡାଲମା appeared first on Odisha Reporter.
from Odisha Reporter https://ift.tt/38Lfov1
No comments:
Post a Comment