କିଏ ବିହାରର ମୁଖିଆ? ଆଜି ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 14, 2020

କିଏ ବିହାରର ମୁଖିଆ? ଆଜି ନିଷ୍ପତ୍ତି

ପାଟନା: ବିହାରରେ ପୁଣି ରାଜନୈତିକ ପାଣିପାଗ ସରଗରମ ରହିଛି। ଜେଡିୟୁର ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇସାରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ବିଜେପି ଦିଲ୍ଲୀ ଡକାଇଛି।

ସେପଟେ ଆଜି ପାଟନାରେ ନବ ନିର୍ବାଚିତ ବିଜେପି ବିଧାୟକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ବୈଠକରେ ବିଜେପି ବିଧାୟତ ଦଳ ନେତା ଚୟନ କରାଯିବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିବେ। ବିଜେପି ନିଜ ପକ୍ଷରୁ କାହାକୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିବ ତାହା ମଧ୍ୟ ବୈଠକ ପରେ ସ୍ପଷ୍ଟ ହୋଇଯିବ। ତେବେ ସରକାର ଗଠନ କରିବା ନେଇ ଆଲୋଚନା କରିବାକୁ ଦଳ ପକ୍ଷରୁ ବିଜେପି ବରିଷ୍ଠ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଦିଲ୍ଲୀ ଡକାଯାଇଛି।

ସୂଚନାଯୋଗ୍ୟ, ପ୍ରାୟ 12.30 ସମୟରେ ବିଜେପି ବିଧାୟକ ଦଳ ବୈଠକ ପରେ ଏନଡିଏ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ବିଜେପି, ଜେଡିୟୁ. ଭିଆଇରି ଏବଂ ହମ୍ ଦଳର ବିଧାୟକମାନେ ଉପସ୍ଥିତ ରହିବେ। ବୈଠକରେ ଏନଡିଏର ସମସ୍ତ 125 ବିଧାୟକଙ୍କୁ ଡକାଯାଇଛି। ନଭେମ୍ବର 13ରେ ବିହାରରେ ସରକାର ଗଠନ ନେଇ ପ୍ରଶ୍ନ ଉଠିବାରୁ ନୀତିଶ କୁମାର କହିଥିଲେ ଯେ, ନଭେମ୍ବର 15ର ବୈଠକରେ ସରକାର ଗଠନ କରାଯିବା ନେଇ ସମସ୍ତ ନିଷ୍ପତ୍ତି ନିଆଯିବ।

ଏହି ବୈଠକରେ ଔପଚାରିକ ଭାବେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ। ଅନ୍ୟପଟେ ବିହାର ନିର୍ବାଚନରେ ଏନଡିଏ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜ ଇସ୍ତଫା ଦେଇସାରିଛନ୍ତି। ରାଜ୍ଯପାଳ ବିହାର ବିଧାନସଭାକୁ ଭଙ୍ଗ କରିବା ସହ ନୂଆ ସରକାର ଗଠନ ହେବା ନେଇ ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।

The post କିଏ ବିହାରର ମୁଖିଆ? ଆଜି ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/2UtYOYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages