‘ଡିଏମ୍‌ଙ୍କ ନିର୍ଯାତନା ସହି ନ ପାରି ମୋ ବାପା ଆଖି ବୁଜିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 24, 2020

‘ଡିଏମ୍‌ଙ୍କ ନିର୍ଯାତନା ସହି ନ ପାରି ମୋ ବାପା ଆଖି ବୁଜିଲେ’

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଡିଏମ୍‌ଙ୍କ ନିର୍ଯାତନା ସହି ନ ପରି ମୋ ବାପା ଆଖି ବୁଜିଲେ। ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଝିଅ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ।

ବାପାଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଗତ ରାତିରେ ସାନ ଝିଅ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହି ନ ପାରି ବାପାଙ୍କ ମୃତ୍ୟୁ  ହୋଇଥିବା ନେଇ ବାସୁଦେବଙ୍କ ବଡ଼ ଝିଅ ଗତ ରାତିରେ ଥାନାରେ ଅଭିଯୋଗ  କରିଛନ୍ତି।

ବାସୁଦେବ ମୃତ୍ୟୁକୁ ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ବିତିଗଲାଣି । କିନ୍ତୁ ଏବେବି ଡାକ୍ତରଖାନାରେ ପଡିଛି ମୃତଦେହ । ମୃତଦେହ ପାଖରେ ବାସୁଦେବଙ୍କ ଝିଅ ଓ ସମ୍ପର୍କୀୟ ମାନେ ଅଛନ୍ତି। ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ନ  ଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ତାଙ୍କ ଝିଅ ଓ ସମ୍ପର୍କୀୟ ଅଡ଼ି ବସିଛନ୍ତି।  ଡିଏମ୍ ଅମିୟ କୁମାର ପଟ୍ଟନାୟକ ଫୋନ୍‌ ଉଠାଉ ନ ଥିବା ବେଳେ ଫେରାର ହୋଇଯାଇଥିବା ମୃତକଙ୍କ ଝିଅ କହିଛନ୍ତି।  ପୁଲିସ୍‌ ଘଟଣାର ତନାଘନା ଆରମ୍ଭ କରିଛି।

ମୃତକଙ୍କ ଝିଅ ତନୁଜା ପାଲ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ବର୍ଷେ ହେଲାଣି ତାଙ୍କ ବାପା  ବାସୁଦେବ ପାଲ ମାନସିକ ଯନ୍ତ୍ରଣା ପାଉଥିବା ଘରେ କହିଥିଲେ । ଡିଭିଜନାଲ ମ୍ୟାନେଜର ଅମିୟ କୁମାର ପଟ୍ଟନାୟକ ତାଙ୍କୁ ବଦଳି କରାଇଦେବେ ବୋଲି ବାରମ୍ବାର ଧମକ ଦେଉଥିଲେ । ଗତ ସୋମବାର ରାତି ୧୨ଟା ପର୍ଯ୍ୟନ୍ତ କାମ କରିବା ପରେ  ତା’ ପର ଦିନ ଭୋର୍ ୪ଟାରୁ ଉଠି କାମ କରିଥିଲେ। ସକାଳୁ ସବୁ ଠିକ୍ ଥିଲା । ଘରୁ ଖାଇ ପିଇ ସାଢେ ୧୦ଟାରେ ଅଫିସକୁ ଗଲେ।  ଏହାପରେ ଡିଭିଜନାଲ ମ୍ୟାନେଜର ଅମିୟ କୁମାର ପଟ୍ଟନାୟକ ତାଙ୍କୁ ନିଜ ସରକାରୀ ବାସଭବନକୁ  ଡକାଇ ଗାଳି ଦେଇଥିଲେ। ଏହାକୁ ସହି ନପାରି ସେ ସେହିଠାରେ ଅଚେତ ହୋଇପଡ଼ିଗଲେ ।  ସହଯୋଗୀ କର୍ମଚାରୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା କୋହଭରା କଣ୍ଠରେ କହିଛନ୍ତି ମୃତ ବାସୁଦେବ ପାଲଙ୍କ ଝିଅ ।

The post ‘ଡିଏମ୍‌ଙ୍କ ନିର୍ଯାତନା ସହି ନ ପାରି ମୋ ବାପା ଆଖି ବୁଜିଲେ’ appeared first on Odisha Reporter.



from Odisha Reporter https://ift.tt/3kZsdEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages