ମୁମ୍ବାଇ: କରୋନା ପାଇଁ ଟେଷ୍ଟ କରାଇବା ଏବେ ଜରୁରୀ ହୋଇପଡ଼ିଛି। ଏହିକ୍ରମରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଓ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ମଧ୍ୟ କୋଭିଡ୍ ଟେଷ୍ଟ କରାଇଛନ୍ତି। ତେବେ ଗାଙ୍ଗୁଲି ଥରେ କି ଦୁଇଥର ନୁହେଁ, ପାଖାପାଖି ୨୨ଥର ନିଜର କୋଭିଡ୍ ଟେଷ୍ଟ କରାଇ ସାରିଲେଣି। ଏହା ଖୋଦ୍ ଗାଙ୍ଗୁଲି କହିଛନ୍ତି।
ଗାଙ୍ଗୁଲି ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ୟୁଏଇରେ ଆଇପିଏଲ୍ ଆୟୋଜନରେ ବ୍ୟସ୍ତ ଥିଲେ। ଏକ ଭର୍ଚୁଆଲ୍ ମିଡିଆ କନଫରେନ୍ସରେ ‘ଲିଭିଙ୍ଗାର୍ଡ ଏଜି’ର ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଯୋଗଦେବା ଅବସରରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ଗତ ସାଢ଼େ ଚାରିମାସ ଭିତରେ ୨୨ଥର କୋଭିଡ୍-୧୯ ଟେଷ୍ଟ କରାଇ ସାରିଛି ଏବଂ ଥରେ ବି ପଜିଟିଭ୍ ଆସିନି। ମୋ ଆଖାପାଖ ଲୋକଙ୍କର କୋଭିଡ୍-୧୯ ପଜିଟିଭ୍ ଆସିଥିଲା, ଏଥିପାଇଁ ମୁଁ ଏତେଥର ନିଜର ଟେଷ୍ଟ କରାଇଥିଲି।
ଗାଙ୍ଗୁଲି ଆହୁରି କହିଛନ୍ତି, ମୁଁ ମୋ ବୃଦ୍ଧ ବାପାମାଆ’ଙ୍କ ସହ ରୁହେ। ତା’ଛଡ଼ା ଆଇପିଏଲ୍ ପାଇଁ ମୋତେ ଦୁବାଇ ଯିବା ଆସିବା କରିବାକୁ ପଡ଼ିଥାଏ। ତେବେ ଆରମ୍ଭରୁ ମୁଁ ସାମାନ୍ୟ ଚିନ୍ତିତ ଥିଲି, କାରଣ ମୋ ଆଖପାଖରେ ଥିବା ଲୋକଙ୍କର ପଜିଟିଭ୍ ଆସିଥିଲା। ତେଣୁ ମୁଁ ମୋ ପରିବାର ଓ ପୂରା ସମ୍ପ୍ରଦାୟ ପାଇଁ ଖୁବ୍ ଚିନ୍ତିତ ଥିଲି। ସୌଭାଗ୍ୟବଶତ ମୁଁ ଯେତେଥର ମୋର ଟେଷ୍ଟ କରିଛି, ପ୍ରତିଥର ନେଗେଟିଭ୍ ଆସିଛି, ଯାହାକି ମୋତେ ଖୁବ ଆଶ୍ୱସ୍ତି ଦେଇଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ଭିତରେ ଆଇପିଏଲ୍ ସଫଳତାପୂର୍ବକ ଆୟୋଜନ ହୋଇଛି। ଏହି ମେଗା ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଅଧିକ ଶ୍ରେୟ ଦିଆଯିବ। ଗାଙ୍ଗୁଲିଙ୍କ ବ୍ୟତୀତ ବିସିସିଆଇର ଅନ୍ୟ ସଦସ୍ୟଙ୍କ ଆଇପିଏଲକୁ ସଫଳ କରାଇବା ପାଇଁ ଖୁବ୍ ପରିଶ୍ରମ କରିଥିଲେ।
The post ୪ ମାସ ଭିତରେ ୨୨ଥର କୋଭିଡ୍ ଟେଷ୍ଟ କରାଇଛନ୍ତି ଗାଙ୍ଗୁଲି appeared first on Odisha Reporter.
from Odisha Reporter https://ift.tt/3nUkUjA
No comments:
Post a Comment