ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଆଜି ସକାଳେ ଏକ ଯାତ୍ରୀବାହୀ କମାଣ୍ଡର ଓଲଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଖାଇରିପୁଟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।
ଆଜି ସକାଳେ କମାଣ୍ଡରଟି ଯାତ୍ରୀଙ୍କୁ ଧରି ମୁଦୁଲିପଡାରୁ ଖଇରିପୁଟ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁଦୁଲିପଡା ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଛି। ତେବେ ଡ୍ରାଇଭର, ହେଲପରଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ।
The post ବଣ୍ଡାଘାଟିରେ ଓଲଟିଲା କମାଣ୍ଡର appeared first on Odisha Reporter.
from Odisha Reporter https://ift.tt/3lLxEZ8
No comments:
Post a Comment