ଇନ୍ଦୋର: ଏକ ଅଳଙ୍କାର ଦୋକାନର ୩୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଗତ କିଛି ଦିନ ମଧ୍ୟରେ ସେଠାକୁ କିଣାକିଣି କରିବାକୁ ଯାଇଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଇନ୍ଦୋ ସହରରେ।
ସହରର ଅନ୍ୟତମ ବଡ଼ ଅଳଙ୍କାର ଦୋକାନ ହେଉଛି ଆନନ୍ଦ ଜ୍ୱେଲର୍ସ। ପ୍ରଥମେ ଏହାର ୨୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଆଉ ୧୧ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ପ୍ରଶାସନ ଏହି ଅଳଙ୍କାର ଦୋକାନକୁ ବନ୍ଦ କରି ଦେଇଛି। ଏହା ସହିତ ପୂରା ଦୋକାନକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ଗତ କିଛି ଦିନ ମଧ୍ୟରେ ଏଠାକୁ କିଣାକିଣି ପାଇଁ ଆସିଥିବା ସମସ୍ତ ଲୋକଙ୍କୁ ଆଇସୋଲେସନ୍ରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସମସ୍ତ ଗ୍ରାହକଙ୍କ ତାଲିକା ଦେବାକୁ ଦୋକାନ ମାଲିକଙ୍କୁ କୁହାଯାଇଛି। ସେହି ଅନୁସାରେ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରିବ ବୋଲି ଜଣାପଡ଼ିଛି।
କରୋନାରେ ଆକ୍ରାନ୍ତ ସମସ୍ତ ୩୧ କର୍ମଚାରୀଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଇନ୍ଦୋରରେ ପ୍ରଥମ ଥର ପାଇଁ କୌଣସି ବଡ଼ ଦୋକାନର ଏତେ ସଂଖ୍ୟକ କର୍ମଚାରୀ ଏକାଥରକେ କରୋନାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଧନତେରାସ ଓ ଦୀପାବଳୀ ଅବସରରେ ସୁନା ଓ ଅନ୍ୟାନ୍ୟ ଅଳଙ୍କାର କିଣିବା ପାଇଁ ଏହି ଦୋକାନକୁ ହଜାର ହଜାର ଲୋକ ଆସିଥିଲେ।
The post ଅଳଙ୍କାର ଦୋକାନର ୩୧ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ, ଗ୍ରାହକ ଭୟଭୀତ appeared first on Odisha Reporter.
from Odisha Reporter https://ift.tt/2UCCFXU
No comments:
Post a Comment