କୋଟିଆ ପରେ ସମ୍ବାଇ ପଞ୍ଚାୟତ ଉପରେ ଆନ୍ଧ୍ରର ଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 16, 2020

କୋଟିଆ ପରେ ସମ୍ବାଇ ପଞ୍ଚାୟତ ଉପରେ ଆନ୍ଧ୍ରର ଆଖି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): “ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରିକୁ ବରଦାସ୍ତ କରାଯିବନି। ଦୁଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ମାପଚୁପ ପରେ ହିଁ କୌଣସି ନିଷ୍ପତ୍ତି ନିଆଯାଇପାରିବ। ସେଯାଏ ଆନ୍ଧ୍ରର କୌଣସି ପଦକ୍ଷେପକୁ ଆଦୌ ଗ୍ରହଣ କରାଯିବନି ।” ଆନ୍ଧ୍ରର ଏକତରଫା ଦାଦାଗିରିକୁ ବିରୋଧ କରି ଏପରି କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ପୂର୍ବରୁ କୋଟିଆ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏବେ ପୁଣି ପଟାଙ୍ଗୀର ସମ୍ବାଇ ପଞ୍ଚାୟତକୁ ନିଜ ଅକ୍ତିଆରକୁ ନେବାକୁ ଚକ୍ରାନ୍ତ ଚଳାଇଛି । ଏହି ବିବାଦର ସମାଧାନ ନ ହେଉଣୁ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ପୋଖରୀ ଖୋଳୁଥିବା ଅଭିଯୋଗ ଆସିଛି ।

ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ପ୍ରସଙ୍ଗକୁ ଗୁରୁତର ସହ ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏକତରଫା ଆନ୍ଧ୍ର ରାଜସ୍ୱ ଅଧିକାରୀଙ୍କ ମାପଚୁପ୍‌ର କୌଣସି ବୈଧତା ନାହିଁ । ଦୁଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ମାପଚୁପ ପରେ ହିଁ କୌଣସି ନିଷ୍ପତ୍ତି ନିଆଯାଇପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ।

 

ଅପରପକ୍ଷେ ବିଗୁଡ଼ୁଥିବା ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ଦାବି ରଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଯଦି, ତୁରନ୍ତ ବିବାଦର କୌଣସି ସମାଧାନ ନହୁଏ ତେବେ କଂଗ୍ରେସ ଏନେଇ ସୀମାରେ ବିକ୍ଷୋଭ କରିବ ବୋଲି ସାଂସଦ କହିଛନ୍ତି।

ଏମିତିକି ସପ୍ତାହେ ହେବ ଆନ୍ଧ୍ର-ଓଡ଼ିଶା ରାସ୍ତାକୁ ଆନ୍ଧ୍ରପ୍ରଦେଶର ୪ଟି ଗାଁର ଲୋକେ ଅବରୋଧ କରି ରଖିଥିଲେ।  ଆନ୍ଧ୍ରର ସ୍ଥାନୀୟ ନେତା ଓ ଲୋକେ ନାରାବାଜି ପ୍ରଦର୍ଶନ ସହ ପ୍ଲାକାର୍ଡ ଧରି ବିକ୍ଷୋଭ ବି କରିଥିଲେ ।

ଏନେଇ କୋରାପୁଟ ଜିଲ୍ଲାପାଳ କହିଛନ୍ତି,  ସୀମାରେ ଉଭୟ ପକ୍ଷର ମାପଚୁପ ପରେ ତାହା ଗ୍ରହଣଯୋଗ୍ୟ ହେବ। ଏକତରଫା ମାପଚୁପକୁ କେବେ ବି ଆମେ ଗ୍ରହଣ କରିପାରିବୁନି।

 

The post କୋଟିଆ ପରେ ସମ୍ବାଇ ପଞ୍ଚାୟତ ଉପରେ ଆନ୍ଧ୍ରର ଆଖି appeared first on Odisha Reporter.



from Odisha Reporter https://ift.tt/3f39PcI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages