କାନପୁର: ଦୀପାବଳିରେ କୁତ୍ସିତ କାରନାମା। ସନ୍ତାନ ଲାଭ ପାଇଁ ଅନ୍ୟ ଜଣଙ୍କ ଝିଅକୁ ଏକ ଦମ୍ପତି ବଳି ପକାଇଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର କାନପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହଜାରେ ଟଙ୍କା ଦେଇ ଜଣେ ବ୍ୟକ୍ତି ଜଣେ ୭ ବର୍ଷ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପୂର୍ବରୁ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ରହିଛି।
ସୋମବାର ପୁଲିସ୍ ଅଧିକାରୀ ବ୍ରଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଘଟଣାରେ ଅଙ୍କୁଲ କୁରିଲ (୨୦) ଏବଂ ବିରାନ (୩୧) ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ନାମରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି।
ସେ କହିଛନ୍ତି ଯେ ହତ୍ୟା ପରେ ଉଭୟ ଅଭିଯୁକ୍ତ ଝିଅର ଯକୃତକୁ ବାହାର କରି ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମକୁ ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତନ୍ତ୍ରମନ୍ତ୍ର କରିବା ପାଇଁ ଏହି ସବୁ କହିଥିଲା ବୋଲି ପୁଲିସ କହିଛି।
ପୁଲିସ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆଶଙ୍କା କରି ପୁଲିସ ପୁରୁଷତ୍ତୋମ ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି। ପୁରୁଷୋତ୍ତମ ପ୍ରଥମେ ଏହି ମାମଲାରେ ପୁଲିସକୁ ଦ୍ୱନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଜେରା ବେଳେ ସେ ସତ ଓଗାଳିଛି। ସେ ୧୯୯୯ରେ ବିବାହ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ନାହିଁ।
ତେଣୁ ତାଙ୍କୁ ତନ୍ତ୍ରମନ୍ତ୍ରର ସାଧନା କରିବାକୁ ନିର୍ଦ୍ଦେଶ ରହିଥିଲା ବୋଲି ସେ କହିଛନ୍ତି। ଯେଉଁଥିପାଇଁ ଗୋଟିଏ ଶିଶୁର ଲିଭର (ଯକୃତ) ଆବଶ୍ୟକ ଥିଲା। ଏଥିପାଇଁ ସେ ତାଙ୍କ ପୁତୁରାର ମାମୁଁକୁ ତାଙ୍କ ବନ୍ଧୁ ବିରାନଙ୍କୁ ପଡୋଶୀ ଶିଶୁର କନ୍ୟାକୁ ଅପହରଣ କରିବା ପାଇଁ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିବା ପୁଲିସ କହିଛି।
ଡେପୁଟି ପୁଲିସ୍ ଡିଜି ଡକ୍ଚର ପ୍ରୀତିନ୍ଦର ସିଂ କହିଛନ୍ତି ଯେ ଘାଟପୁର କୋଟୱାଲୀ ଅଞ୍ଚଳରେ ମୃତ ଶିଶୁର ଘର। ଶନିବାର ଦୀପାବଳି ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ହଠାତ ଶିଶୁଟି ନିଖୋଜ ହୋଇଥିବା ତାଙ୍କ ପରିବାର ଲୋକେ କହିଥିଲେ। ଏହାପରେ ରବିବାର ସକାଳେ ମନ୍ଦିର ଦେଇ ଯାଉଥିବା ଗାଁ ଲୋକେ ଶିଶୁର ଶବ ଉଦ୍ଧାର କରିଥିଲେ।
ପୁଲିସ ଏବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ଫରେନସିକ୍ ଟିମର ସାହାଯ୍ୟ ନେଇଥିବା କହିଛି। ଅନ୍ୟପଟେ ନାବାଳିକା ଶିଶୁକୁ ହତ୍ୟା ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଫାଷ୍ଟ ଟ୍ରାକ କୋର୍ଟରେ ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ରହିଛି।
The post ସନ୍ତାନ ପାଇଁ ୭ ବର୍ଷର ଶିଶୁକୁ ହତ୍ୟା, କାଢ଼ିନେଲେ ଲିଭର appeared first on Odisha Reporter.
from Odisha Reporter https://ift.tt/2UweaM7
No comments:
Post a Comment