IICଙ୍କୁ ସଙ୍ଘବଧ ଆକ୍ରମଣ, ୬ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 1, 2020

IICଙ୍କୁ ସଙ୍ଘବଧ ଆକ୍ରମଣ, ୬ ଗିରଫ

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଆଇଆଇସିଙ୍କୁ ସଙ୍ଘବଧ ଆକ୍ରମଣ କଲେ ଗ୍ରାମବାସୀ। ଅଳ୍ପକେ ବର୍ତ୍ତିଲେ ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନାରେ। ଆକ୍ରମଣର ଶିକାର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନାର ଆଇଆଇସି ରଂଜିତ କୁମାର ମୁନି।

ଲୋକଙ୍କ ଆକ୍ରମଣରେ ତାଙ୍କର ମୁହଁରେ ଆଘାତ ଲାଗିଛି। ତାଙ୍କ ବ୍ୟତୀତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ଥାନା ଅଧିକାରୀ ରଂଜିତ କୁମାର ମୁନି ମେରାମାହା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇ ପାଟ୍ରୋଲିଂ ରେ ଯାଇଥିଲେ। ଏହି ସମୟରେ ଥାନା ଅଧିକାରୀ ଫେରିବା ସମୟରେ ମେରାମାହା ଗ୍ରାମବାସୀ ଛକରେ କାଠଗଣ୍ଡି ଓ ପଥର ରଖି ରାସ୍ତା ଅବୋରୋଧ କରିବା ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।

ଏହା ସହ ଆକ୍ରମଣକାରୀ ପୁଲିସ ଗାଡିକୁ ଭାଙ୍ଗିଦେବା ସହ ଗାଡି ଛାଡି ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ଅନ୍ୟ ଏକ ଅଟୋ ସାହାଯ୍ୟରେ ଥାନାରେ ପହଁଚି ଥିଲେ। ଖବର ପାଇ ବାଲିଗୁଡା SDPO ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ଗାଁର ୬ ଜଣ ଲୋକଙ୍କୁ ଗିରଫ କରିଛନ୍ତି।

The post IICଙ୍କୁ ସଙ୍ଘବଧ ଆକ୍ରମଣ, ୬ ଗିରଫ appeared first on Odisha Reporter.



from Odisha Reporter https://ift.tt/2Gfq4pY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages