ଲଣ୍ଡନ:ବ୍ରିଟେନରେ କୋଭିଡ୍-୧୯ ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି। ଏନେଇ ଶନିବାର ଗୋଟିଏ ମାସ ପାଇଁ ଲକଡାଉନ୍-୨ ଘୋଷଣା କରିଛନ୍ତି ବୋରିସ୍। ତେବେ ଲକଡାଉନ କଟକଣାକୁ ଗୁରୁବାରଠାରୁ ଲାଗୁ କରିଯିବ ବୋଲି ଜଣାପଡ଼ିଛି।
ଲକଡାଉନ-୨ ନିୟମାନୁସାରେ ଲୋକମାନେ ଘର ଭିତରେ ହିଁ ରହିବେ। ତେବେ କେତେକ କ୍ଷେତ୍ର ପାଇଁ ଏହି କଟକଣାକୁ କୋହଳ କରାଯାଇଛି। ଶିକ୍ଷା ଏବଂ ବ୍ୟାୟାମ ପାଇଁ ଲୋକେ ଘରୁ ବାହାରି ପାରିବେ। ହେଲେ ଆବଶ୍ୟକ ଜୀନିଷପତ୍ର କିଣିବା ଉପରେ ମଧ୍ୟ କଟକଣା ରହିବ। ଏହି କ୍ରମରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଫ୍ରାନ୍ସରେ ମଧ୍ୟ ଲକଡାଉନ୍-୨ ଲାଗୁ କରାଯାଇଛି।
ଲକଡାଉନ୍-୨ରେ ସ୍କୁଲ, କଲେଜ୍ ଏବଂ ୟୁନିଭର୍ସିଟି ଖୋଲା ରହିବ। ପବ୍ ଏବଂ ରେସ୍ତୋରାଁ ବନ୍ଦ ରହିବ। ଏହାସହ ଆମୋଦପ୍ରମୋଦ ତଥା ମନୋରଞ୍ଜନ ସହ ଜଡ଼ିତ ସମସ୍ତ ସ୍ଥଳ ତଥା ଅନାବଶ୍ୟକ ଦୋକାନ, ବଜାର ମଧ୍ୟ ବନ୍ଦ ରହିବ। ଲକଡାଉନ-୨ ଡିସେମ୍ବର ୨ ପର୍ୟ୍ୟନ୍ତ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି, ବର୍ତ୍ତମାନ କୌଣସି ବିକଳ୍ପ ନ ଥିବାରୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି। ଦୁର୍ଭାଗ୍ୟବଶତଃ ବ୍ରିଟେନ ଏବଂ ୟୁରୋପର ଅଧିକାଂଶ ଭାଗରେ ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କ ଅନୁମାନ ଠିକ୍ ହେଲା ବୋଲି ବୋରିସ୍ କହିଛନ୍ତି।
The post କରୋନାର ଦ୍ୱିତୀୟ ପ୍ରହାର: ଫ୍ରାନ୍ସ ପରେ ଏବେ ବ୍ରିଟେନରେ ଲକଡାଉନ୍ appeared first on Odisha Reporter.
from Odisha Reporter https://ift.tt/2GgzRw2
No comments:
Post a Comment