ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ୩ ଯନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ୩ ଯନ୍ତ୍ରୀ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲି ଭିଜିଲାନ୍ସ  ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।

ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର  ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ମୃଗ ବିହାର ନିକଟରେ  ନବରଙ୍ଗପୁର ଭିଜିଲାସନ୍ସ ଟିମ୍‌ ଗାଡିକୁ ଅଟକାଇଥିଲା l  ବୋଲେରୋ ଯାଞ୍ଚ  ସମୟରେ ବ୍ୟାଗ ଭିତରେ ୩ଲକ୍ଷ ୧୧ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀ ଠାବ କରିଥିଲେ l ପଚରାଉଚରା ସମୟରେ ଉକ୍ତ ବ୍ୟାଗଟି ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡିଛି l

ଅପରପକ୍ଷେ, ଏହି ୩ ଯନ୍ତ୍ରୀ ଏତେ ଟଙ୍କା କେଉଁଠୁ ଆଣିଲେ ଓ ସନ୍ଧ୍ୟା ସମୟରେ ଅଫିସ ବୋଲେରୋରେ ଟଙ୍କା ଧରି  କେଉଁଆଡେ ଯାଉଥିଲେ  ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ତନାଘନା ଚଳାଇଛି l

The post ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ୩ ଯନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2K5GNOF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages