ନୂଆପଡ଼ା (ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା ବିଲେଞ୍ଜର ଗାଁ ନିକଟରେ ଏକ ବୋଲେରୋକୁ ଏକ ଟ୍ରକ୍ ପିଟି ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର।
ସମସ୍ତ ମୃତାହତ କୋମନା ଥାନା ଅନ୍ତର୍ଗତ ତରବୋଡ଼ ଗାଁର। ଗତକାଲି ସେମାନେ ବୋଲେରୋ ଯୋଗେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଗାଁକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମାଲବାହୀ ଟ୍ରକ୍ଟି ବୋଲେରୋଟିକୁ ଧକ୍କା ଦେବା ପରେ ପ୍ରାୟ ୧୦୦ ମିଟର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଗଜେନ୍ଦ୍ର ଓ ସୁଦେଷ୍ଣାଙ୍କ ମୃତ୍ୟୁ ଘଟିଥିଲା।
ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କୋମନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଜୟ ପ୍ରକାଶ ଗହୀର ଓ ରିଦ୍ଧି ପାତ୍ରଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
The post ବୋଲେରୋକୁ ପିଟିଲା ଟ୍ରକ୍: ୨ ମୃତ, ୫ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3p2Ayd1
No comments:
Post a Comment