ଭୋପାଳ: ଠକିବା, ପ୍ରଲୋଭନ ଦେଖାଇବା, ଧମକ ଦେବା କିମ୍ବା ବିବାହ ମାଧ୍ୟମରେ ଅନ୍ୟ ଜଣକୁ ପରିବର୍ତ୍ତନ କରିବାରେ ଜଡିତ ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧର୍ମ ପରିବର୍ତ୍ତନ କରିବାକୁ ହେଲେ ମାସେ ଆଗରୁ ଘୋଷଣାନାମା ଜାରି କରିବାକୁ ହେବ। କୌଣସି ବ୍ୟକ୍ତି ସିଧାସଳଖ କିମ୍ବା ବିବାହ ପରେ ଶାଶୁ ଶ୍ୱଶୁର ଘର ପାଇଁ ଧର୍ମ ପରିବର୍ତ୍ତନ କରିପାରିବେନି। ମଧ୍ୟପ୍ରଦେଶ ସରକାର ଏହି ନିୟମ କରିଛନ୍ତି।
ଏଥିପାଇଁ ଶିବରାଜ ସିଂ ସରକାର ମଧ୍ୟପ୍ରଦେଶ ରିଲିଜିଅସ ଫ୍ରିଡମ୍ ଆକ୍ଟ ଆଣିଛନ୍ତି। ଯେଉଁଥିରେ ଦଶ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି।
ଜଣେ ବ୍ୟକ୍ତିର ଧର୍ମ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ବିବାହ କରିବାକୁ ମଧ୍ୟ ବାଧ୍ୟ କରାଯାଇପାରିବନି ବୋଲି ଏଥିରେ ନିୟମ ରହିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ଯିଏ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେ ଅତି କମରେ ମାସେ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଘୋଷଣାନାମା ଦେବାକୁ ପଡିବ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଏକ ବୈଠକ କରିଥିଲେ। ଯେଉଁଥିରେ ଏହି ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ହୋଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଧର୍ମ ପରିବର୍ତ୍ତନ ବେଆଇନ୍ ଭାବରେ କଲେ ମଧ୍ୟ ଦଣ୍ଡାଦେଶ ରହିଛି।
ଧର୍ମ ପରିବର୍ତ୍ତନର ଶିକାର ହୋଇଥିବା ବ୍ୟକ୍ତିଙ୍କ ରକ୍ତ ସମ୍ପର୍କୀୟ ହିଁ ଅଭିଯୋଗ କରିପାରିବେ। ଆଉ ଜଣେ ସବ୍ ଇନସପେକ୍ଟର ରାଙ୍କର ପୁଲିସ ଅଧିକାରୀ ପାଖରୁ ଉପର ଅଧିକାରୀ ପର୍ଯ୍ୟନ୍ତ ମାମଲାର ତଦନ୍ତ କରିପାରିବେ ବୋଲି ପ୍ରସ୍ତାବିତ ଆଇନରେ ନିୟମ ରହିଛି।
ସୂଚନାଯୋଗ୍ୟ, ବେଆଇନ୍ ଭାବରେ ଧର୍ମ ପରିବର୍ତ୍ତନ କରାଇ ବିବାହ ହେଉଥିବା ଅଭିଯୋଗ ଆସୁଥିଲା। ଏହାପରେ ୟୁପି ସରକାର ଦେଶରେ ପ୍ରଥମ ଥର ପାଇଁ ଲଭ୍ ଜିହାଦ ବିରୋଧରେ ଆଇନ୍ ଆଣିଛନ୍ତି। ଏହାପରେ ମଧ୍ୟପ୍ରଦେଶ ସରକାର ଆଣିଛନ୍ତି। ସମସ୍ତ ବିଜେପି ଶାସିତ ରାଜ୍ୟ ବେଆଇନ୍ ଧର୍ମ ପରିବର୍ତ୍ତନ ଉପରେ ରୋକ୍ ଲଗାଇବା ପାଇଁ ଆଇନ ଆଣିବେ ବୋଲି କହିଛନ୍ତି।
The post ବେଆଇନ୍ ଭାବରେ ଧର୍ମ ପରିବର୍ତ୍ତନ କଲେ ସାବଧାନ, ୧୦ ବର୍ଷ ଜେଲ୍ ସହିତ ଲକ୍ଷେ ଟଙ୍କା ଜୋରିମାନା appeared first on Odisha Reporter.
from Odisha Reporter https://ift.tt/3oqPWj3
No comments:
Post a Comment